STORYMIRROR

Ajay kumar Behera

Fantasy

3  

Ajay kumar Behera

Fantasy

କଲମ

କଲମ

1 min
206


ମନର ଭାବନା ସାଉଁଟି ସାଉଁଟି

ଲେଖି ଦିଏ ମୁହିଁ

କେତେ ଯେ ଅକୁହା ଗୋପନ କଥାକୁ

ଆକାଶ କୁ ଚାହିଁ।୧।


ହାତେ ଥିଲେ କଲମଟିଏ ମୋହର

କିଛି ଲୋଡ଼ା ନାହିଁ

ଆପଣା ଛାଏଁ ସବୁ ଲେଖଇ ମୁହିଁ

ସତେ ତାହା ପାଇଁ।୨।


ସୁଖରେ ଦୁଃଖରେ ପ୍ରତି ମୁହୂର୍ତ୍ତରେ

ସାଥି ସିଏ ମୋର

ନ ଆଣି ମନରେ ମୁଁ କିଛି ଭାବନା

ଲେଖେ ସାଥେ ତାର।୩।


ସିଏ ମୋ ଜୀବନ ସିଏ ମୋ ସପନ

ଭାରି ସେ ନିଜର

ନାହିଁ ଛନ୍ଦ କି କପଟ ଛଳଣା ଯେ

ସତେ ତ ତାହାର।୪।


ଭାଗ୍ୟଦେବୀଙ୍କ କୃପାବଳରେ ମୁହିଁ

ରଚନା କରଇ

ସମାଜର ବାସ୍ତବ ଚିତ୍ର ଯେତେବି

କଲମଟେ ନେଇ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy