କଲମ
କଲମ
ମନର ଭାବନା ସାଉଁଟି ସାଉଁଟି
ଲେଖି ଦିଏ ମୁହିଁ
କେତେ ଯେ ଅକୁହା ଗୋପନ କଥାକୁ
ଆକାଶ କୁ ଚାହିଁ।୧।
ହାତେ ଥିଲେ କଲମଟିଏ ମୋହର
କିଛି ଲୋଡ଼ା ନାହିଁ
ଆପଣା ଛାଏଁ ସବୁ ଲେଖଇ ମୁହିଁ
ସତେ ତାହା ପାଇଁ।୨।
ସୁଖରେ ଦୁଃଖରେ ପ୍ରତି ମୁହୂର୍ତ୍ତରେ
ସାଥି ସିଏ ମୋର
ନ ଆଣି ମନରେ ମୁଁ କିଛି ଭାବନା
ଲେଖେ ସାଥେ ତାର।୩।
ସିଏ ମୋ ଜୀବନ ସିଏ ମୋ ସପନ
ଭାରି ସେ ନିଜର
ନାହିଁ ଛନ୍ଦ କି କପଟ ଛଳଣା ଯେ
ସତେ ତ ତାହାର।୪।
ଭାଗ୍ୟଦେବୀଙ୍କ କୃପାବଳରେ ମୁହିଁ
ରଚନା କରଇ
ସମାଜର ବାସ୍ତବ ଚିତ୍ର ଯେତେବି
କଲମଟେ ନେଇ।୫।
