STORYMIRROR

Ajita Mishra

Fantasy Others

3  

Ajita Mishra

Fantasy Others

ଶିଶୁ

ଶିଶୁ

1 min
250


ନନା ବୋଉସହ

ବୁଲିବାକୁ ଥରେ

ବାହାରିଲି ଆମ ଗାଁ

ଧିରେ ଧିରେ ଟ୍ରେନ୍

ଗଡିଯାଉଥାଏ

ଆଗକୁ ଅଚିହ୍ନା ନାଁ


ନୂଆ ଜାଗାରେ

ବଣ ପାହାଡ଼

କେତେ ଗଛଲତା

ପୋଖରୀ ଝର

ବିପରୀତ ଦିଗେ

ଦଉଡୁ଼ ଥିଲେ

ପଛରେ ପଛରେ

ମୋ ଗାଆଁ ର




******

୨ - ଶିଶୁ ମନ


ବହୁକଷ୍ଟ ହୁଏ

ଆଙ୍ଗୁଠିରେ ଦରଜ୍

ମନହୁଏନା

ଲେଖିବାକୁ

'ଏ 'ଠାରୁ 'ଜେଡ୍' ଯାଏଁ

ସବୁତ ଶିଖିଲି

ପୁଣି ଦିଦି କହେ

ପଢିବା ଶିଖିନି...

ଇଂରାଜୀ ବହିରେ

ମୂଳ ରୁ ଚୂଳ

ଏ ବି ସି ଡି ଖାଲି

ଏ ବି ସି ଡି ...

ଭାବୁଛି ବସି

ନୂଆ ପାଠ ଆଉ କ'ଣ !!

ସବୁତ ସେଇ

ଏବିସିଡି ଖାଲି

ଏବିସିଡି ...

*****

୩ - ଶିଶୁ ମନ


ସୂର୍ଯ୍ୟ ଆସିବାପରେ

ଆକାଶଟା ଧଳା

କାଗଜର ଛତାପରି ଦିଶେ

ଘରର ଛାତରେ

ଶିଢ଼ିଟେ ପକାଇ

ଆଙ୍ଗୁଠିରେ

ଫୁଟେଇ ଦିଅନ୍ତେ କି ...

ରାତିର ଅନ୍ଧାର

ଦିଶି ଯାଆନ୍ତା

ତାରା ଫୁଲ ସବୁ

ଖସି ଯାଆନ୍ତା ....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy