STORYMIRROR

Narayan chandra Senapati

Fantasy Others

3  

Narayan chandra Senapati

Fantasy Others

କାନ୍ଦୁଛି ଜମ୍ଭରା ଝୁରୁଛି ଅନନ୍ୟା

କାନ୍ଦୁଛି ଜମ୍ଭରା ଝୁରୁଛି ଅନନ୍ୟା

1 min
202

ସେଦିନ ଜମ୍ଭରାଟା

ଆକୁଳେ ଚାହିଁଥିଲା ଶଙ୍ଖୁଳିବାକୁ 

ତା ପ୍ରାଣର ସ୍ପନ୍ଦନଙ୍କୁ

ହାତରେ ଧରି ସ୍ନେହବୋଳା ଚନ୍ଦନ

ଆଉ ହୃଦୟରେ ଧରି ପ୍ରୀତିପେନ୍ଥା ପୁଷ୍ପ

ସତେ ଯେମିତି ଡାକୁଥିଲା ସେ...

ଆସରେ ପିଲେ...

ମୋ କୋଳରେ ଟିକେ ରଖି ଦିଅରେ ମୁଣ୍ଡ

ପାଇଦିଅରେ ମୋ ହାତରୁ ମଧୁର ମହାପ୍ରସାଦ।


ସଭିଙ୍କ ସହାସ୍ୟ ଆଗମନରେ ବିମୋହିତ ହେଲା ସେ

ଆନନ୍ଦ ଉଲ୍ଲାସର ମିଳନରେ 

ତା ଆଖିରୁ ବୋହିଗଲା କେଇଟୋପା ଆନନ୍ଦାଶ୍ରୁ

ଆବେଗର ପୁଲକଟା ସତେ ଯେମିତି ଥରାଇଦେଲା ତା ତନ୍ତ୍ରୀକୁ

ତା କାନରେ ସତେ ଯେମିତି ପ୍ରତିଧ୍ବନିତ ହେଉଥିଲା

ଏ ମା' ସତରେ ତୁ ଧନ୍ୟା

ଦେଖିବାକୁ ଆସିଛୁ ପରା

ତୋ ସ୍ୱପ୍ନର କନ୍ୟା ଅନନ୍ୟା।


ଗୀତର ଛନ୍ଦେ ଛନ୍ଦେ ଛନ୍ଦି ହେଲେ ସର୍ବେ

ନୃତ୍ୟର ତାଳେ ତାଳେ ଛୁଟିଲା ଆନନ୍ଦର ରୋଳ

ବାଗ୍ମୀତାର ମଧୁସ୍ପର୍ଶେ କମ୍ପିଲା ମେଦିନୀ

ଆଉ ପ୍ରେମ ସମ୍ଭାଷଣ ତୁଟାଇଲା ସଭିଙ୍କ ଆସ୍ଫାଳନ 

ଆଚମ୍ବିତ ହେଲା ତା ଚକ୍ଷୁ

ସାରା ଓଡିଶାକୁ ନିହାତି ପାଖରୁ ଦେଖି

ମୁଣ୍ଡ ଆଉଁସୀ ପିଠି ଥାପୁଡ଼ାଇ କହୁଥିଲା

ଯାଅନାରେ ପିଲେ

ରହିଯାଅ ସବୁଦିନ ପାଇଁ।


ସମୟର ଚୋରାବାଲିରେ ହଜିଗଲା ସମୟ ନିର୍ଘଣ୍ଟ

ଆସି ଠକ ଠକ କଲା ବିଦାୟର ବେଳା

ଲୁଚିଗଲା ସେ ରୂପ କାନ୍ତି ଶୁଭିଲାନି ସେ ମଧୁର ସ୍ୱର

ବିଦାୟର କାନ୍ଥଘଣ୍ଟାଟା ଠନ ଠନ କଲା

ମା ମାଟିର ପାଦ ଧୂଳି ନେଇ ବିଦାୟ ନେଲା ବେଳେ

କାନ୍ଦି କାନ୍ଦି ହାତ ହଲାଉଥିଲେ ସେମାନେ

ଯାଉ ଯାଉ ଛାତିର ଅମାନିଆ କୋହଟା

ସହି ପାରୁ ନ ଥିଲା ଯନ୍ତ୍ରଣାଦାୟକ ବିଦାୟକୁ

ଅସହ୍ୟ ବିରହ ଦୃଶ୍ୟ ଦେଖି

ସତେ ଯେମିତି କିଏ କହୁଥିଲା..

କାନ୍ଦୁଛି ଜମ୍ଭରା..ଆଉ ଝୁରୁଛି ଅନନ୍ୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy