ପ୍ରାରମ୍ଭିକ କ୍ଷଣ
ପ୍ରାରମ୍ଭିକ କ୍ଷଣ
ଶିଶୁ ଗହଣରେ ସର୍ଵଦା ଶିଶୁ
ହୋଇରହିବାକୁ ଭଲଲାଗେ ।
ପ୍ରାରମ୍ଭିକ କ୍ଷଣରେ ସ୍ମୃତିର ସେ ପୁରୁଣା ଝଲକ
ନାଚୁଥାଏ ଆଖି ଆଗେ ।
ନିର୍ଭୟକୁ ସାଥି କରି
କେତେ ଯେ ସମୟ ହସିହସି ବିତିଯାଏ ।
ଖେଳଖେଳରେ ଶିଶୁ ଅବସ୍ଥାରେ
ବନ୍ଧୁମାନଙ୍କ ସହ ଭିନ୍ନ ଏକ ସମ୍ପର୍କ ସୃଷ୍ଟି ହୋଇଯାଏ ।
ପୁଣି କେତେବେଳେ ମିଛ ଅଶ୍ରୁକୁ ନେଇ
ଅନେକ କାହାଣୀ ରଚନା କରିଲେ ସବୁ କିଛି ମିଳିଯାଏ ।
ରାଗରୁଷା ସହ ଭିନ୍ନ ଏକ ରଙ୍ଗ ମୁହଁରେ ବୋଲିଦେଲେ
ଏ ଦୁନିଆ କୋଳାଇ ନେଇଯାଏ ।
ସମସ୍ତଙ୍କ ସ୍ନେହକୁ ଗୋଟାଇ ଆଣି ଶିଶୁ ସର୍ବଦା ନିଜ ହୃଦୟରେ ରଖିଥାଏ ।
କେତେଯେ ସ୍ବପ୍ନକୁ ନିଜ ମନରେ ସାଉଁଟି
ଆଗକୁ ଧୀରେଧୀରେ ବଢିଥାଏ ।
ସମୟର ଚକ୍ରରେ ଶିଶୁ ଆଜି ଆଗକୁ ଆଗକୁ
ବଢି ବାର୍ଦ୍ଧକ୍ୟରେ ପହଁଞ୍ଚି ଯାଏ ।
ଯେତେ ଚେଷ୍ଟା କଲେ ବି ସେ ଶିଶୁର
ସମୟ କେବେ ବି ଫେରି ନଆସେ ।
