ଗରୀବର ସଂଜ୍ଞା
ଗରୀବର ସଂଜ୍ଞା
ଗରୀବ କାହାକୁ କହିବା ହେ ଭାଇ
ଗରୀବର ସଂଜ୍ଞା କ'ଣ ?
ଗରୀବ ଯାହାକୁ ଆକ୍ଷ୍ୟା କରୁଅଛ
ପ୍ରେମଧନେ ଧନୀ ଜାଣ ।।
ଧନୀ ନାମ ବହି ହୋଇଲେ କୃପଣ
ନା ,ଗରୀବ ତା'ଠୁ କିଏ ?
ଧନମତ୍ତ ଗର୍ବ ବହିଣ ଧନୀକ
ସ୍ନେହ କାଙ୍ଗାଳ ସେ ହୁଏ ।।
ଧନର ତ ଅନ୍ୟ ନାମ ଯେ ଚଞ୍ଚଳା
ଆଜି ପାଶେ ଥିଲେ
କାଲିକି ନାହିଁ,
ଉତ୍ତମ ଗୁଣକୁ ଧାରଣ କରିଲେ
ଧନର ତ ପ୍ରୟୋଜନ ନାହିଁ ।।
ଧନୀ ହେଉ କିବା ହେଉ ସେ ଗରୀବ
ସୁନ୍ଦର ହୃଦୟ ଯହିଁ
ଗରୀବ ହୋଇକି ଧନୀ ଯେ ବୋଲାଏ
ଦାତା ପଣେ ବଡ଼ ସେହି ।।
