Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Fantasy

3  

Prasanna Kumar Madala

Fantasy

ଝିଅ

ଝିଅ

1 min
257



ଗଲା ଫଗୁଣରେ କାହିଁ ତା' ଆଖିରେ

ନଥିଲା ତ ଏତେ ରଙ୍ଗ

ଗଲା ଶ୍ରାବଣରେ କାହିଁ ତା' ଗୀତରେ

ସୁର ତ ନଥିଲା ଭଙ୍ଗ

ଚପଳ କୋମଳ ଅଙ୍ଗ

ଶିମିଳି ଭଳିଆ     ଦିନୁଦିନ ବଢି

ବଦଳି ଯାଉଛି ଢଙ୍ଗ ।


ଲଗାତାର ଝଡି    ଲାଗି ରହିଥିଲା

ସେବର୍ଷ ଭାଦ୍ରବ ମାସେ

ନଦୀ ତଡାଗ ତ   ଭରି ସାରିଥିଲା

ଧାନବିଲେ ପାଣି ଭାସେ

ଅଚାନକ ସିଏ ଆସେ

କୁଆଁ କୁଆଁ ରାବେ  ଗଗନ କମ୍ପାଇ

ଜନମିଲା ମୋର ବାସେ ।


ବିତିଗଲା ଦିନ     ସମୟ ଏଥର

ଲେଉଟାଇ ନେଲା କଡ଼

କୂପ ସରୋବର    ଶୁଖି ଯାଇଅଛି

ନାହିଁ ସେ ଝଡି କି ଝଡ଼

ଝିଅ ମୋ' ହେଲାଣି ବଡ଼

ରସାତଳେ ପାଣି   ଆଖି ପାଉନାହିଁ

ମନ ଲାଗେ ଗଡ଼ବଡ଼ ।


କାଶ ଶରବନେ  ନଦୀରେ କେଉଁଠି

ଦିଶଇ ପତଳା ଧାରା

ପଲକ ଝୁଙ୍କାଇ   ଛୋଟ ତୁ କରିବୁ

ନିଦର ସପନ ସାରା

ନହେଲେ ତ ନାହିଁ ଚାରା

କଥା ମାନି ଏବେ ଚାଲିବୁ ଲୋ ଝିଅ

ତୁ ପରା ମୋ' ଆଖିତାରା ।


ଡେରି ଯାଏଁ କାହା   କଥା ଶୁଣିବୁନି

ଡେରି ହେଲେ ହେଉ ସିନା

ଓଠ ଯାଏଁ କେବେ  ଆଣିବୁନି ହସ

ଯିଏ ଥାଉ ଯେତେ ଚିହ୍ନା

ରହିବୁ ଆବେଗହୀନା

ଦୁଃଖ କି ବିଚାର  ମନରେ ମାରିବୁ

ଆଖିକୁ ଆଣିବା ବିନା ।


ଯେଉଁଦିନୁ ବଡ଼   ହେଲୁଣି ତୁ ଝିଅ

ଭିନ୍ନ ଭାବନାରେ ଜଡି

ଫୁଲରେ ରସି ତୁ ପତଙ୍ଗ ଦେଖିଲେ

ଧାଇଁବୁନି ପଛେ ପଡି

ଗଛକୁ ଯିବୁନି ଚଢି

ତୋ' ବଢିବା ସାଥେ ଶିଆଳ ଛଞ୍ଚାଣ

ଅଧିକ ଗଲେଣି ବଢି ।



Rate this content
Log in

Similar oriya poem from Fantasy