STORYMIRROR

pratap nayak

Fantasy

3  

pratap nayak

Fantasy

ସଂଘର୍ଷ

ସଂଘର୍ଷ

1 min
217


ମନେପଡିଲେ ତୁମ କଥା 

ରକ୍ତଚାପ ବଢିଯାଏ ମୋର

ଷଢେଇଏ କଳା ବୋଳିଦେବାକୁ 

ଇଚ୍ଛା ହୁଏ ମୋର ତୁମ ଗାଲରେ


ମନେପଡିଲେ ତୁମ କଥା 

ରାଗ ମୋର ପଞ୍ଚମକୁ ଚାଲିଯାଏ

ପଡନ୍ତାକି ବେତ ଖଣ୍ଡେ ମୋ ହାତରେ

ଭାଙ୍ଗି ଖଣ୍ଡ ଖଣ୍ଡ କରିଦିଅନ୍ତି

ତୁମ ପିଠିରେ


ମନେପଡିଲେ ତୁମ କଥା 

ପାଦଠୁ ମୁଣ୍ଡଯାଏ 

ଥରୁଥାଏ ମୋ ଦେହ

ପଡନ୍ତ କି ମୋ ହାବୁଡରେ

ଯେତେକ ମାଡ ଗାଳି ଶିଖିଛି

ସବୁ ଉତ୍ତାରି ଦିଅନ୍ତି ତୁମରି ଉପରେ


ମନେପଡିଲେ ତୁମ କଥା 

ସତରେ ମନେପଡିଲେ ତୁମ କଥା 

ମନଇଚ୍ଛା ଅନେକ କାନ୍ଦନ୍ତି 

ତୁମକୁ ଧରି

ଆଉ ଶପଥ ବି କରନ୍ତି 

ତୁମ ସହ ସଂଘର୍ଷ ନକରିବା ପାଇଁ 

ତୁମେ ଆଉ ଦୂରକୁ ଯାଆନ୍ତନି

କି ମୁଁ ତୁମକୁ ମନେ ପକାନ୍ତିନି

କି ମୁଁ ତୁମକୁ ମନେ ପକାନ୍ତିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy