ସଂଘର୍ଷ
ସଂଘର୍ଷ
ମନେପଡିଲେ ତୁମ କଥା
ରକ୍ତଚାପ ବଢିଯାଏ ମୋର
ଷଢେଇଏ କଳା ବୋଳିଦେବାକୁ
ଇଚ୍ଛା ହୁଏ ମୋର ତୁମ ଗାଲରେ
ମନେପଡିଲେ ତୁମ କଥା
ରାଗ ମୋର ପଞ୍ଚମକୁ ଚାଲିଯାଏ
ପଡନ୍ତାକି ବେତ ଖଣ୍ଡେ ମୋ ହାତରେ
ଭାଙ୍ଗି ଖଣ୍ଡ ଖଣ୍ଡ କରିଦିଅନ୍ତି
ତୁମ ପିଠିରେ
ମନେପଡିଲେ ତୁମ କଥା
ପାଦଠୁ ମୁଣ୍ଡଯାଏ
ଥରୁଥାଏ ମୋ ଦେହ
ପଡନ୍ତ କି ମୋ ହାବୁଡରେ
ଯେତେକ ମାଡ ଗାଳି ଶିଖିଛି
ସବୁ ଉତ୍ତାରି ଦିଅନ୍ତି ତୁମରି ଉପରେ
ମନେପଡିଲେ ତୁମ କଥା
ସତରେ ମନେପଡିଲେ ତୁମ କଥା
ମନଇଚ୍ଛା ଅନେକ କାନ୍ଦନ୍ତି
ତୁମକୁ ଧରି
ଆଉ ଶପଥ ବି କରନ୍ତି
ତୁମ ସହ ସଂଘର୍ଷ ନକରିବା ପାଇଁ
ତୁମେ ଆଉ ଦୂରକୁ ଯାଆନ୍ତନି
କି ମୁଁ ତୁମକୁ ମନେ ପକାନ୍ତିନି
କି ମୁଁ ତୁମକୁ ମନେ ପକାନ୍ତିନି
