STORYMIRROR

Amitav Sahu

Abstract

2  

Amitav Sahu

Abstract

ବେଶ୍ୟା

ବେଶ୍ୟା

1 min
3.0K

ମୁଁ ମାନୁଛି, ମୁଁ ବେଶ୍ୟା

ତୁମେ ମୋତେ

ବେଶ୍ୟା ବୋଲି କହିପାର

ମୁଁ ପରିସ୍ଥିତିର ଦାସ

ଏ ଅବାଟକୁ ବାଛି ନେବାକୁ ବାଧ୍ୟ ହେଲି

ତଥାପି, ମୁଁ ପବିତ୍ରତାର ଦ୍ଵାରରେ ପବିତ୍ରତମ ଅଟେ,

କାରଣ ମୁଁ ତୁମର ସମାଜକୁ

ଅପବିତ୍ରରୁ ବଞ୍ଚାଇ ରଖିଛି


କଳୁଷିତ ମୁଁ ନୁହେଁ

କଳୁଷିତ ତୁମ ମନର ଭାବନା

ଆଶା ଓ ଲାଳସା,

ମୁଁ ଏଠି ମଣିଷର

ସେ ଅସଲ ରୂପକୁ ପଦାକୁ ଆଣୁଛି

ଯିଏ ଭୁଲି ଯାଇଛି

ସମାଜ କ'ଣ ମାନବିକତା କ'ଣ

ଯିଏ ଘରକୁ ଘର ନୁହଁ

ଦ୍ରୌପଦୀର ଚିରହରଣର

ସଭାଲୟ ବୋଲି ଭାବୁଛି


ମୁଁ ମୋ ଅସ୍ଥିତ୍ଵକୁ

ତୁମ କଲ୍ଯାଣ ଉଦ୍ଦେଶ୍ୟରେ ଢାଳି ଦେଇଛି

ନିଜେ ଭାଙ୍ଗି ଯାଇ ବି

ସମାଜକୁ ଯୋଡି ରଖିଛି,

ହେଲେ ତୁମେ ମୋ' ପାଇଁ

କ'ଣ କରିଛ

ନିତି ଗୋଟେ ନୂଆ ହୋଟେଲର

ସିଡି ଚଢେଇଛ

'ବିଅର ବାର' ଓ 'କ୍ଲବ' ପରି ଶବ୍ଦକୁ

ମୋ' ନାଆଁରେ ଲେଖିଦେଇ

ଲୋକଲୋଚନକୁ ଆଣିଛ


ଯଦି ପ୍ରକୃତରେ

ତୁମକୁ ମୋ' କର୍ମ ପ୍ରତି ଘୃଣା ଲାଗୁଛି

ତେବେ ଅଟକାଅ ସେଇମାନଙ୍କୁ

ଯିଏ ତୁମ ଅତ୍ୟନ୍ତ ନିଜର

ବଡପଣ ଓ ମର୍ଯ୍ୟଦାକୁ ତଳେ ପକାଇ

ମୋ' ପାଖକୁ ଆସୁଛି


ମୁଁ ତ ଏଠି କଣ୍ଟାରେ ଚାଲି ଚାଲି ବି

ସ୍ଵାଭିମାନ ଓ ଆଦର୍ଶର ସହିତ ବଞ୍ଚିଛି,

ଶରୀରକୁ ବିକ୍ରି କରି

ମନର ପବିତ୍ରତାକୁ ବଞ୍ଚାଇ ରଖିଛି

କିନ୍ତୁ, ତୁମେ କ'ଣ କରୁଛ

ତୁମ ସାଙ୍ଗ-ସାଥି, ଭାଇ-ଭଉଣୀ

ପତ୍ନୀ, ପଡୋଶୀଙ୍କୁ ମୁହଁ ଲୁଚାଇ

ସବୁ ମାନ ସମ୍ମାନକୁ ପଛରେ ପକାଇ

ନିତି ନିତି

ମନ ବିକିବାକୁ ଚାଲି ଆସୁଛ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract