STORYMIRROR

Sukadev Mahanta

Inspirational Others

3  

Sukadev Mahanta

Inspirational Others

ବେଙ୍ଗ କହେ ବେଙ୍ଗୁଲୀ ଲୋ

ବେଙ୍ଗ କହେ ବେଙ୍ଗୁଲୀ ଲୋ

1 min
243


ବେଙ୍ଗ କହେ ,ବେଙ୍ଗୁଲୀ ଲୋ! 

ପୃଥିବୀ କ୍ଷଣ କ୍ଷଣକେ ବଦଳିଯାଏ ।।

ପୃଥିବୀର ଆବର୍ତ୍ତନରେ

 ଦିନ ପରେ ନିଶିଥୀନି ଅନ୍ଧକାର ନେଇଆସିଥାଏ।।

ସୂରୁଯର ଉଜ୍ଜ୍ବଳ ଆଲୋକ

 ସନ୍ଧ୍ୟାଗମେ କ୍ରମେ ତା'ର ସତ୍ତା ହରାଇଥାଏ।।

ଅବଗୁଣ୍ଠନବତୀ କୂଳବଧୂ

ତୁଳସୀ ଚଉରାରେ ସଞ୍ଜବତୀ ଜାଳି ଦେଇଯାଏ।।

ସଞ୍ଜବତୀର କ୍ଷୀଣ ଶିଖାଟି

ସମୀରଣେ ଦୋହଲି ଦୋହଲି ଯାଏ।।

ସଳିତାଟି ଜଳିଗଲାପରେ 

ତା' ଆଲୋକ ସତ୍ତା ହରାଇଥାଏ।।

ମନ୍ଦିରରେ ସାନ୍ଧ୍ୟ ଆଳତି

ଗୀର୍ଜାର ଘଣ୍ଟି ଧ୍ବନି ଭାସି ଆସିଥାଏ।।


ତାହାପରେ ଜହ୍ନ ଆସି ତାରାମେଳେ

 ନୀଳ ଗଗନର ନୀଳିମାରେ ରୋଷଣୀ ରଚାଇଥାଏ।।

ତାକୁ ଦେଖି ବିରହିଣୀ ନବବଧୂ

କର୍ମଲାଗି ଦେଶାନ୍ତରୀ ସ୍ବାମୀ କଥା ଭାବୁଥାଏ।।

ଭାବୁ ଭାବୁ ବିରହିଣୀ ନିଦ ହଜିଯାଏ

ବିରହ ଜ୍ଜ୍ବାଳାରେ  ତାର ହୃଦ ପ୍ରାଣ ଜଳୁଥାଏ।।

ଅଜାଣତେ କୂଆଁତାରା

ପୂର୍ବାକାଶେ ଉଷା ଦେବୀ ଗଭାରେ ଶୋଭାପାଏ।।

 ପୂରୁବ ଦିଗବଳୟଧାରେ

ଉଷାଦେବୀ କପାଳରେ ସିନ୍ଦୂରର ଶୋଭା ଦେଖାଯାଏ।।

ତାହା ଦେଖି ଆକାଶରେ

ତାରାମେଳେ ଜହ୍ନ ହସି ହସି କେଉଁସ୍ଥାନେ ଯାଇ ଲୁଚିଯାଏ।।

ପ୍ରଭାତର ଆଗମନେ

ଅନ୍ଧକାର ଆଲୋକର ମଧ୍ୟେ ତା'ର ସତ୍ତା ହରାଇଥାଏ।।


ରାତ୍ରୀର ସେ ନିସ୍ତବ୍ଧତା

ନିମିଷକେ  ସତ୍ତା ହରାଇଥାଏ।।

କୋଳାହଳେ ପୂରଇ ଧରଣୀ

ସର୍ବ ପ୍ରାଣୀ ପୁଣିଥରେ କର୍ମେ ଚଳିଯାଏ।।

ପୃଥିବୀର ପରିକ୍ରମଣରେ

ଋତୁ ପରେ ଋତୁ ବଦଳିଯାଏ।।

ଋତୁ ବଦଳନ୍ତେ

ପୃଥିବୀ ତା' ବେଶ ବଦଳାଇଥାଏ।।

ଗୋଟିକ ପରେ ଗୋଟିଏ

ଋତୁ ସଙ୍ଗେ ଧରଣୀ ରାସ ରଚିଯାଏ।।

ଆବଶ୍ୟକତା ସରିଗଲାପରେ

ସବୁ ସମ୍ପର୍କ ନିଜ ସତ୍ତା ହରାଇଥାଏ।।

ଯେଉଁ ଲୋକଟି ଦିନେ

ମୂହୁର୍ତ୍ତକ ପାଇଁ ଦୂର ହେଉନଥାଏ।।

ଆବଶ୍ୟକତା ସରିଗଲା ପରେ

ସମ୍ପର୍କ ସବୁ ଛିଣ୍ଡି କାହିଁ ହଜିଯାଏ।।

ବିମୁଗ୍ଧା ବିମୋହିତା 

ପ୍ରେମାସିକ୍ତ  ପ୍ରଗଳ୍ଭା ପ୍ରେମିକାଟିଏ।।

ଆବଶ୍ୟକତା ସରିଗଲାପରେ

ପର କରି ଅନ୍ୟ ସାଥେ ବଧୂ ସାଜିଯାଏ।।

ହାୟରେ ସମୟ ହାୟ!

କେତେବେଳେ କହୁ ହାୟ କେତେବେଳ ବାଏ।।

ତୁ ଏମିତି ବଦଳୁ କେମିତି

ସ୍ବାର୍ଥୀ ଲୋକ ପରି ତୋ ବେଶ ବଦଳିଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational