STORYMIRROR

Kishore Nayak

Children

3  

Kishore Nayak

Children

"ବେଙ୍ଗ ଭାଇନା "

"ବେଙ୍ଗ ଭାଇନା "

1 min
23

ଶିଶୁ ଓ କିଶୋର ମାନଙ୍କ ନିମନ୍ତେ କବିତାଟିଏ 


"ବେଙ୍ଗ ଭାଇନା"


ହାଟକୁ ଯାଇଛି ବେଙ୍ଗ ଭାଇନା 

          ଚାହିଁଛି ବେଙ୍ଗୁଲି ନାନୀ 

ବେଙ୍ଗୁଲି ନାନୀର ଗୋଟିଏ ଝିଅ 

           ନାଁ ଟି ତା'ର ସୋନୀ ll

ଏ ଯାଏଁ ଫେରିନି ହାଟରୁ ଭାଇନା 

         ଦୁଃଖରେ ବସିଛି ନାନୀ 

ଭୋକରେ ଆଉଟୁ ପାଉଟୁ ହୋଇ 

        ଶୋଇ ପଡ଼ିଲାଣି ସୋନୀ ll

ସଞ୍ଜ ଗଡି ରାତି ଦିଘଡି ହେଲାଣି 

         ଭାଇନାର ନାଇଁ ଦେଖା 

ଶିରାବଣ ମାସ ମେଘ ବରଷୁଛି 

          ହୋଇ ଅଣଚାଷ ମୁଖା ll

ଘଡଘଡି ମାରେ ବିଜୁଳି ଚମକେ 

          ନାନୀକୁ ମାଡଇ ଡର 

ଆଉ କେତେବେଳ ଗଡିବ କେଜାଣି 

           ଭାଇନା ଧରିବ ଘର ll

ଖୁଦ ପୋଷେ ନାଇଁ ନାନୀର ଘରେ 

          ଏ ଯାଏଁ ଜଳିନି ଚୂଲି 

ରୋଷେଇ ହେବ ଭାଇନା ହାଟରୁ 

         ଆଣିଲେ ଚାଉଳ ଡାଲି ll

ଏଇ କଥା ଭାବି ନାନୀର ଆଖିରେ 

          ଆସି ଯାଇଥିଲା ନିଦ 

ଓଦା ସରସର ଭାଇନା ଫେରିଲା 

         ହୋଇଥିଲା ରାତି ଅଧ ll

ରାତି ଅଧେ ନାନୀ ରୋଷେଇ କରିଲା 

        ରାନ୍ଧିଦେଲା ଭାତ ଡାଲି 

ଖୋଇ ଦେଲା ହାତେ ଝିଅକୁ ତାହାର 

     ଭୋକେ ଶୋଇଥିଲା ବୋଲି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children