Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

3  

Alekha Pasad Moharana

Inspirational

ବେଳ ଥାଉଁ ସାବଧାନ

ବେଳ ଥାଉଁ ସାବଧାନ

1 min
218



ଘୋର କଳିକାଳ

କଳୁଷ ପଙ୍କିଳ

ଘୋଟିଅଛି ଏହି ବିଶ୍ୱେ

ଦୁର୍ନୀତି ଅନୀତି

କଦାଚାର ରୀତି

ସଢ଼ୁଛି ସଂସାର ଶୀର୍ଷେ ।

ତ୍ରାହି ତ୍ରାହି କର

ଜଗତ ଈଶ୍ୱର

ଡାକନ୍ତି ଜଗତ ଜନ।

ଅସହ୍ୟ ହେଉଛି

ସଂସାରର ନୀତି

ଅଧର୍ମେ ବଳୁଛି ମନ ।

ଶୋଷଣ କଷଣ

ନାରୀର ଧର୍ଷଣେ

କଳଙ୍କିତ ଆଜି ମହୀ

ଇଜ୍ଜତ ନିଲାମ

ବିଚ ବଜାରରେ

ଧରଣୀ ପାରୁନି ସହି ।

ରୋଗ ମହାମାରୀ

ଦିବସ ଶର୍ବରୀ

ଆତଙ୍କିତ କରେ ମନ

ଡାକ୍ତର ପାଉନି

ରୋଗର ନିଦାନ

ମୃତ୍ୟୁ କବଳେ ଜୀବନ ।

ସତ୍ୟ ଧର୍ମ ନ୍ୟାୟ

ଉଭାଇ ଯାଇଛି

ଧରମ ସାଜିଛି ଭୃତ୍ୟ

ଅଧର୍ମ ରାଜୁତି

କଳଙ୍କିତ ନିତି

ବଂଚିବା ବଢିବା ତ୍ରସ୍ତ ।

ସମୟ ଆସିଛି

ବଦଳି ଯାଆରେ

ଦୁର୍ଲ୍ଲଭ ମାନବ ଜାତି

ନୀତି ନୈତିକତା

ଜାବୁଡି ଧର ତୁ

ନରଖି ମନରେ ଭୀତି ।

ଗୁରୁ ଶ୍ରୀଚରଣେ

ନିଅ ତୁ ଶରଣ

ଜପ କରି ହରି ନାମ

ବାଧା ବିଘ୍ନ ଦଳି

ହେବୁରେ କୌଶଳୀ

ବେଳ ଥାଉଁ ସାବଧାନ ।


Rate this content
Log in

Similar oriya poem from Inspirational