STORYMIRROR

K. Nirmal

Inspirational Others

3  

K. Nirmal

Inspirational Others

ବେଳ ଥାଉ ଥାଉ ସାବଧାନ

ବେଳ ଥାଉ ଥାଉ ସାବଧାନ

1 min
14K


ଅଳିଆ ଗଦାରେ ଉତ୍ପତ୍ତି ମୋହରି

ମୋର କିବା କେଉଁ ଘର ?

ନ ଖାଇ ଯଦି ମୁଁ ଅନାହାର ରହେ

ଭରସା କିଏ ମୋହର ।

ଈଶ୍ଵରଙ୍କ ପାଖେ ଅଳି କରେ କେତେ

ମନ୍ଦିର ଦୁଆରେ ବସି

ସାହା ହେବୁ ପ୍ରଭୁ କାଳିଆ ଠାକୁରେ

ମୋ ଦୁଃଖର ସାଥେ ମିଶି ।

ଯେଉଁ ବାପା ମା' ଫିଙ୍ଗିଥିଲେ ମୋତେ

ଅଳିଆ ଡବାରେ ନେଇ

ଧନ୍ୟ ସେହି ପିତା ଧନ୍ୟ ସେହି ମାତା

ଧିକ୍ ତାଙ୍କ ଜନ୍ମ ଥାଇ ।।

ବିଶ୍ଵାସରେ ସିନା ବିଷ ଭରିଦେଲ

ଭାବିନେଲ ମୁହିଁ ଝିଅ ।

ସେହି ଝିଅ ଦିନେ ବଡ ହୋଇ ନିଶ୍ଚେ

ପୋଛିଦେବ ଆଖି ଲୁହ ।

ସବୁ ପୁଅ ଏଠି ସମାନ ନୁହଁନ୍ତି

ଅଛନ୍ତି କିଛି ଅଙ୍ଗାର

ସେହି ପୁଅ ପରା ବୁଢା ବୟସରେ

କରନ୍ତି ବି ଅତ୍ୟାଚାର ।

ଯଦି ଝିଅଟିଏ ବଞ୍ଚି ରହିଥିବ

ଆସି ଦେଖିଯିବ ସେହି ..

ଅତ୍ୟାଚାର କେବେ ଦେଖି ସେ ପାରିବ

ରଖିବ ପାଖରେ ନେଇ ।

ବେଳ ଥାଉ ଥାଉ ସାବଧାନ ହୁଅ

ଆଜିକାର ବାପ ମାଆ

ଝିଅଟିଏ ପରା କୁଳର ଦୁହିତା

ସର୍ବ ଶକ୍ତି ... ସର୍ବଂସହା !!



Rate this content
Log in

Similar oriya poem from Inspirational