Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବେକାର ବେକାରି

ବେକାର ବେକାରି

1 min
5



ମୌଳିକ କୌଳିକ ବୃତ୍ତି କୃଷି କାର୍ଯ୍ୟ

ଦେଶର ପ୍ରଗତି ପଥେ

ଅମଳ ବୃଦ୍ଧିରେ ଅଭିବୃଦ୍ଧି ହାର

ନିର୍ଣ୍ଣାୟକ ଦେଶ ହିତେ

ଶିକ୍ଷିତ ଯୁବକ ଶ୍ରମ ବ୍ୟତିରେକ

ରୋଜଗାର ଆଶା କରି

କର୍ମ ବିନା ପ୍ରାପ୍ତ ବେକାରି ପଦକ 

ସମ୍ବୋଧନ ବି ସେପରି

କୃଷି ଏ ଦେଶର ପ୍ରଧାନ ଜୀବିକା

ତଥାପି ବେକାରି ବୃଦ୍ଧି

ଶିକ୍ଷିତ ଯୁବକ ପାଣି ପଙ୍କ ବିନା

ଚାହେଁ ସକଳ ସମୃଦ୍ଧି

ଶିକ୍ଷିତ ବର୍ଗଙ୍କ ଅନ୍ୟ କ୍ଷେତ୍ର ପ୍ରତି

ଦୁର୍ବଳତା ସର୍ବୋପରି

ଅନ୍ୟ କ୍ଷେତ୍ରେ ଯଦି ନାହିଁ ଶୂନ୍ୟ ସ୍ଥାନ

ବେକାର ଧାରେ ବେକାରି 


ପ୍ରଗତି ବିକାଶ ଉନ୍ନତି ସମୃଦ୍ଧି

ଜାତୀୟତା ଓ ସଂହତି

ରାଷ୍ଟ୍ର ନାମ ସହ ପ୍ରସଙ୍ଗ ସହିତ

ଅଙ୍ଗାଙ୍ଗୀ ଭାବେ ସମ୍ପୃକ୍ତି 

କାରଣ ଓ ନିରାକରଣ ସହିତ

ନାନା ମୁନି ନାନା ମତେ

ବୁଦ୍ଧିଜୀବୀ ଅବା ନାଗରିକ ପ୍ରତି

ଅବଗତ ଦେଶ ହିତେ

ସମସ୍ୟା ବହୁଳ ସାମାଜିକ କ୍ଷେତ୍ର

ପ୍ରଗତି ହିଁ ରଣନୀତି

ଅଭିବୃଦ୍ଧି ହାର ଉର୍ଦ୍ଧ ବା ନିମ୍ନରେ

ସୂଚିତ ହୁଏ ସମ୍ପ୍ରତି


ଦ୍ରୁତ ପଥେ ଜନ ସଂଖ୍ୟା ବୃଦ୍ଧି ସହ

ବିଭିନ୍ନ ସମସ୍ୟା ଦୃଶ୍ୟ

ତନ୍ମଧ୍ୟରୁ ପ୍ରାୟ ବେକାରି ସମସ୍ୟା 

ଚର୍ଚ୍ଚିତ ହୁଏ ଅବଶ୍ୟ

ଆତ୍ମନିର୍ଭରଶୀଳତା ପ୍ରଶ୍ନ ନୁହେଁ 

ମୁଖ୍ୟ ପ୍ରସଙ୍ଗ ବେକାରି 

ଶିକ୍ଷା ସମାପନ ପରେ କର୍ମ ଶୂନ୍ୟ 

ବେକାରି ସମସ୍ୟା ଭାରୀ 


ନିଯୁକ୍ତି ଭିତ୍ତିକ ଶିକ୍ଷା ଦାନ ସତ୍ତ୍ୱେ

ବେକାରି ଦୃଶ୍ୟ ପ୍ରତ୍ୟୟ

ଶିକ୍ଷା ସମାପନ ପରେ ହିଁ ନିଯୁକ୍ତି

ଦାବି ପ୍ରାୟ ଅନୁମେୟ

ଆତ୍ମ ନିଯୁକ୍ତିର ପ୍ରଶସ୍ଥ କ୍ଷେତ୍ରରେ 

ବେକାରି ଏକ ପ୍ରସଙ୍ଗ

ନୈତିକ ଶିକ୍ଷାର ଅଭାବ ସକାଶେ

କୃଷି ପ୍ରତି ବି ଅମଙ୍ଗ

ସରକାରୀ ଅଥବା ବେସରକାରୀ

କାରଖାନା ବି ସୀମିତ

ଶିକ୍ଷିତ ମାତ୍ରକେ କର୍ମ ନିଯୁକ୍ତିର

ନୁହେଁ ତ ବିଧି ସଙ୍ଗତ !

ଆବଶ୍ୟକ ପ୍ରାର୍ଥୀ ଯଦି କାର୍ଯ୍ୟରତ

ପ୍ରଗତି କିମ୍ପା ବାଧକ !

ଅବଶିଷ୍ଟ ପ୍ରାର୍ଥୀ ରାଜନୀତି ଆଳେ 

ପ୍ରାପ୍ତ ବେକାରି ପଦକ

ବେକାର ବେକାରି ପ୍ରସଙ୍ଗ ସହିତ

ନେପଥ୍ୟରେ କୋଳାହଳ

ଯୁବ ଶକ୍ତି ଦେଶ ହିତେ ଲାଗିଛନ୍ତି

ପ୍ରଗତି ନୁହେଁ ଦୁର୍ବଳ !!


          



Rate this content
Log in

Similar oriya poem from Abstract