Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଅବହେଳିତ ସଂସ୍କୃତି ଓ ପରମ୍ପରା

ଅବହେଳିତ ସଂସ୍କୃତି ଓ ପରମ୍ପରା

2 mins
7



ସଂସ୍କୃତିର ବ୍ୟାପକତା ସମ୍ପର୍କିତ

ତଥ୍ୟ ସୁଦୂର-ପ୍ରସାରୀ 

ସାଗରର ବ୍ୟାପକତା-ଗଭୀରତା

କଳନା ନୁହେଁ ଯେପରି

ସମାଜର ସାମୂହିକ ବ୍ୟବହାର

ମାନ୍ୟତା ସଂସ୍କୃତି ରୂପେ 

ଜନ ସମୂହର ବିଶିଷ୍ଟତା ଗୁଣ

ଜଣାଯାଏ ଆପେ ଆପେ 

ଭାଷା ହିଁ ମୁଖ୍ୟତଃ ସଂସ୍କୃତି ବାହକ 

ଭାଷା ମାଧ୍ୟମ ପ୍ରାୟତଃ

ଭାଷା ସୃଷ୍ଟି ବଳେ ସଂସ୍କୃତିର ଧାରା

ଆପେ ହୁଏ ପ୍ରବାହିତ 


ଜୀବନ ଶୈଳୀରେ ପାରମ୍ପରିକତା 

ପରିବର୍ତ୍ତନ ଦୌଡ଼ରେ

ବ୍ୟର୍ଥ ଓ ଅପ୍ରାସଙ୍ଗିକତା ପରମ୍ପରା

ବଦଳେ ପୂର୍ଣ୍ଣ ମାତ୍ରାରେ

ସମାଜରେ ପରିଚିତ ପ୍ରଥା ଆଜି

ହଜିଛି ପ୍ରତି ପାଦରେ

ଆଧୁନିକ ଭୌତିକ ବସ୍ତୁ ସହିତ

ଆକର୍ଷଣ ଜୀବନରେ

ଏ ପରିବର୍ତ୍ତନଶୀଳ ଦୁନିଆରେ

ପରମ୍ପରା ବଦଳିଛି

କ୍ରମେ କଳା ର ବିକାଶ ବା ବିକୃତ

ହୋଇଛି ଆଉ ହେଉଛି ।


ପରମ୍ପରା କିଛି ମାତ୍ରାରେ ରହିଛି

ଗାଁ ଓ ପଲ୍ଲୀ ଅଞ୍ଚଳରେ

ସେହିପରି କୌଳିକ ମୌଳିକ କଳା

ଅଛି କଛପ ଗତିରେ

ପରମ୍ପରା ଯାହା ଥିଲା ସମାଜରେ

ଯଦି ହୁଏ ଆଲୋଚିତ

କିଛି ପାର୍ଥକ୍ୟ ଅବା ପରିବର୍ତ୍ତନ

ବୁଝି ହୋଇବ ତ୍ୱରିତ ।


ଶ୍ରୀମନ୍ଦିରେ ଦିଅଁ ଦରଶନ ପରେ

ଫେରୁଥିଲେ ସ୍ୱ ଗୃହକୁ

ପାଖା ପାଖି ଭକ୍ତ ପ୍ରଣାମ ଜଣାଇ

ଧନ୍ୟ ମଣନ୍ତି ନିଜକୁ

ଦୋଳ ପଡ଼ିଆରେ ଠାକୁର ମେଳଣ

ରଙ୍ଗ ପିଚକାରୀ ଖେଳ

ରାତି ଉଜାଗର ରହି ଯାତ୍ରା ଦେଖା

ହୃଦେ ଥିଲା କୁତୁହଳ ।


ଗୁରୁଜନ ପ୍ରତି ସଦା ଭୟ ଭକ୍ତି

ମନରେ ଥିଲା ବିଚାର

ଉତ୍ତର ଦେବାକୁ ସାହସ ନ ଥିଲା

ଭୁଲ୍ ହେଲେ ବେଶି ଡର

ବିଦ୍ୟାଳୟେ ଦଣ୍ଡ ବିଧାନ ବ୍ୟବସ୍ଥା

ଥିଲା ରହି,ଥିଲା ଡର

ପ୍ରଶ୍ନର ଉତ୍ତର କହି ନ ପାରିଲେ

ଦଣ୍ଡ ମିଳେ ପ୍ରତି ଥର ।


ମାଆ ହାତ ରନ୍ଧା ଅମୃତ ସମାନ

ନ ଥିଲା କା' ପ୍ରତିବାଦ

ଆତ୍ମୀୟ ସ୍ୱଜନ ବିପଦେ ଆପଦେ

ରଖୁଥିଲେ ପାଦେ ପାଦ

ନୂଆ ବୋହୁ ଅବଗୁଣ୍ଠନ ଭିତରେ

ଭୟ ଗୁରୁଜନ ପ୍ରତି

ବାପା-ମା ଙ୍କ ପସନ୍ଦର ସାଥୀ ଖୋଜା

ଆଖିବୁଜି ସହମତି

ଗୁଆ-କାତି ଆଉ କଜ୍ଜ୍ଵଳ-ପାତି ର

ପ୍ରଥା ଥିଲା ପ୍ରଚଳିତ

ବର ଓ କନ୍ୟାର ବିବାହ ବେଶରେ

ହେଉଥିଲା ବ୍ୟବହୃତ ।


ଖଳା ହେଉଥିଲା ଶୁଖିଲା ଜମିରେ

ଧାନ ଅମଳ ବେଳରେ

ଶୀତ କୁ ନିହାତି ଅନୁଭବ ହୁଏ

ପାଳ ଘେରା କୁଡ଼ିଆରେ

ଏକତ୍ର ବିଚାର ବିମର୍ଷ ଭାବନା

ସଭା ସମିତି ନିଦାନ

ନିଜ ନିଜ ବିଚାର ଓ ଚିନ୍ତାଧାରା

ହୁଏ ଆଦାନ ପ୍ରଦାନ ।


ନୃତ୍ୟ ସଙ୍ଗୀତରେ ହୃଦୟ ମିଳନ

ଥିଲା ଚେତନା ଓ ପ୍ରାଣ

ସମ୍ପର୍କ ର ଯୋଗସୂତ୍ର ଆକାରରେ

ହୁଅଇ ପ୍ରତିପାଦନ

ନୃତ୍ୟରେ ମନର ଭାବନା ପ୍ରକାଶ

ଈଶ୍ୱରଙ୍କ ଉପାସନା

ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମରେ କଳା

ଥିଲା ପ୍ରାୟ ଆରାଧନା ।


ସଭ୍ୟତା ର କ୍ରମ ବିକାଶ ହୋଇଛି

ପରମ୍ପରା ପ୍ରାୟ ଲୁପ୍ତ

ଚଳନ୍ତି ଯୁଗର ଯୁବ ପୀଢ଼ି ହୃଦେ

ନାହିଁ ଭାବ ଅନୂରୁକ୍ତ 

ରାସ୍ତାଘାଟ ପରିବେଶ ଶୁନଶାନ୍

ହେଲେ ନାହିଁ ଡର ଭୟ

ମୋବାଇଲ୍ ପ୍ରେମ ହୃଦୟେ ଜଡ଼ିତ

ତନ ମନ ବି ଅଥୟ

ପରିବେଶ ପର୍ଯ୍ୟାବରଣ ଆନନ୍ଦ

ନାହିଁ ହୃଦେ ଆକର୍ଷଣ

କଳା ସଂସ୍କୃତି ମନ୍ଦିର ମସଜିଦ

ଭକ୍ତି ହୀନ ମନ ପ୍ରାଣ

ପୁସ୍ତକ ପୃଷ୍ଠାରେ ଗଦ୍ୟ ପଦ୍ୟ ଶବ୍ଦ

ରହି ଅଛି ଘେରି ଧୂଳି

ଆଧୁନିକ ଭୌତିକତା ଆଢ଼ୁଆଳେ

ସବୁ ଯାଇଛି ବଦଳି

ଆଧୁନିକ ନାରୀ ଅଙ୍ଗ ସାଜ ସଜ୍ଜା

ଛୋଟ ଛୋଟ ପୋଷାକରେ

ସଂସ୍କାର ନାମକୁ ମାତ୍ର ସମାଜରେ

ଭାଷଣ ଗୀତ ଗପରେ 

କୌଳିକ ମୌଳିକ ପରମ୍ପରା କଳା

କାବ୍ୟ କବିତା ପୃଷ୍ଠାରେ

ବଞ୍ଚି ରହି ଅଛି ,ବଞ୍ଚି ବି ରହିବ

ସନ୍ଦେହ ନାହିଁ ଏଥିରେ ।


ଚିନ୍ତାର ବିଷୟ , ପ୍ରାୟତଃ ସବୁଠି 

ସଂସ୍କୃତିର ଅଣଦେଖା 

ସର୍ବୋପରି ସ୍ଥିତି ପ୍ରତି ଅବହେଳା 

କିପରି ହେବ ସୁରକ୍ଷା!!

ଭାରତୀୟ ନାରୀ ଛୋଟ ପୋଷାକରେ

ଅଧା ଲଙ୍ଗଳା ସମାନ

ପୁଙ୍ଗୁଳା ଦେହକୁ ଦେଖେଇ ସହଜେ

ସଂସ୍କୃତିର ଅପମାନ

ସଂସ୍କାର ଅଭାବ ନାହିଁ ସଂସ୍କୃତିରେ

ତଥାପି ଅପସଂସ୍କୃତି

ପାଶ୍ଚାତ୍ୟ ସଭ୍ୟତା ଅନୁକରଣରେ

ଅବହେଳିତ ସଂସ୍କୃତି 

ନିବିଡତା ସହ ଜଡ଼ିତ ସଭିଏଁ 

ଗଣ ମାଧ୍ୟମ ସହିତ 

ଆଧୁନିକତାର ଦ୍ୱାହି ଦେଇ ସର୍ବେ

ସଂସ୍କୃତି ପ୍ରାୟ ଲୁଣ୍ଠିତ 

ଭାରତୀୟ ପରମ୍ପରା ଓ ସଂସ୍କୃତି 

ବିଦେଶରେ ବି ମାନ୍ୟତା

ବିଦେଶ ରମଣୀ ଲମ୍ବା ଶାଢ଼ୀ ପ୍ରତି

ଅହେତୁକ ଦୁର୍ବଳତା

ନବେ ଭାଗ ଖୋଲା ରଖି ଶରୀରକୁ

ଭାରତୀୟ ନାରୀ ସ୍ମାର୍ଟ

ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କୁଣି

ସହ ବିଦେଶୀ ଅତୁଟ

ଦୁର୍ବଳ ମାନସିକତାର ଶିକାର 

ହୁଏ ଭାରତୀୟ ନାରୀ

ପରିପକ୍ଵ ଚିନ୍ତା ବିଦେଶୀ ମନରେ

ସ୍ମାର୍ଟ୍ ଦୃଶ୍ୟ ସର୍ବୋପରି

ଛୋଟ ଡ୍ରେସ୍ ପିନ୍ଧି ମନ୍ଦିରକୁ ମନା

ଖବର ପ୍ରାୟ ଚର୍ଚ୍ଚାରେ

ସ୍ବାଗତ ଯୋଗ୍ୟ ବି ଏହି ପଦକ୍ଷେପ

ସଂସ୍କୃତି ସୁରକ୍ଷା ଧାରେ 

ଯୁବ ବର୍ଗ ଦେହ ମନରେ ବି ନିଆଁ

ପରିବେଶ ବି କଳୁଷ

ସଂସ୍କୃତି ଧାରାରେ ସଂସ୍କାର ବିଧେୟ

ସଂସ୍କାର ଆଣେ ସନ୍ତୋଷ

ପ୍ରତି ପିତାମାତା ହୁଅନ୍ତୁ ସଜାଗ 

ଛୋଟ ଡ୍ରେସ୍ ବାରଣ ର 

ସଂସ୍କୃତିର ଅବହେଳା ପ୍ରତି ଦୃଷ୍ଟି

ରହିଥାଉ ନିରନ୍ତର ।



Rate this content
Log in

Similar oriya poem from Abstract