Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଓଲଟ ବୃକ୍ଷରେ ଲୋଟଣୀ ପାରା

ଓଲଟ ବୃକ୍ଷରେ ଲୋଟଣୀ ପାରା

1 min
7



ଏ ସଂସାର ଏକ କାଳ୍ପନିକ ବୃକ୍ଷ

ଓଲଟ ବୃକ୍ଷ ତା' ନାମ

ସଂସାର ରୂପକ ବୃକ୍ଷରେ ଅଦୃଶ୍ୟ

ମୂଳପିଣ୍ଡ ଆଦି ବ୍ରହ୍ମ

ଏ ଜୀବଜଗତ ଯାହା ଦୃଶ୍ୟମାନ

ଶାଖା ପ୍ରଶାଖା ବୃକ୍ଷର

ସଂସାର ରୂପକ ସେହି ବୃକ୍ଷ ପ୍ରାୟ

ବିନାଶ-ଶୀଳ ସତ୍ତ୍ୱର

ଅବିନାଶୀ କିନ୍ତୁ ସେ ଅଦୃଶ୍ୟ ବ୍ରହ୍ମ

ସୃଷ୍ଟି ଉତ୍ପତ୍ତି ବ୍ରହ୍ମରୁ

ସେ ଶାଶ୍ବତ ବ୍ରହ୍ମ ସ୍ଵୟଂ ପରମାତ୍ମା

ରହିଛି ଯୁଗ ଯୁଗରୁ

ଆତ୍ମ ବିଦ୍ୟା ଗୂଢ ରହସ୍ୟ ପ୍ରାୟତଃ

ସାଧନ ବି ଆବଶ୍ୟକ

ସେ ବ୍ରହ୍ମ ଦର୍ଶନ ନୁହଁଇ ସହଜ

ଅଯଥା ତର୍କ ବିତର୍କ

ଯଜ୍ଞ ଅନୁଷ୍ଠାନ ଧାରେ ବେଦ ପାଠ 

ଅବା ପ୍ରବଚନ ଜ୍ଞାନ

ସେ ବ୍ରହ୍ମ ଦର୍ଶନ ନୁହଇ ସମ୍ଭବ

ପ୍ରାପ୍ତ ଥାଇ ବୁଦ୍ଧି ଜ୍ଞାନ

ଆତ୍ମୋନଭୂତି ମାଧ୍ୟମରେ ସମ୍ଭବ

ସାକ୍ଷାତ ବ୍ରହ୍ମ ଦର୍ଶନ

ପରମାତ୍ମା କୃପା କେବଳ ମାଧ୍ୟମ

ଜୀବ ମୁକ୍ତିର କାରଣ ।


ଶରୀର ସହିତ ଓଲଟ ବୃକ୍ଷର

ତୁଳନା ବି ହୋଇପାରେ

ଆତ୍ମା ରୂପୀ ପାରା ଗୁପ୍ତ କୋଠରୀ ରେ

ସ୍ଥିତ ଅଦୃଶ୍ୟ ରୂପରେ

ଆତ୍ମା ରୂପୀ ସେଇ ଲୋଟଣୀ ପାରାର 

ଲେଉଟାଣି କାଳ କ୍ରମେ

ଉଡି ଯାଏ ପାରା , ନ ଦିଏ ସେ ଧରା

ଅଦୃଶ୍ୟ ରେ ପୁଣି ଭ୍ରମେ

ଆତ୍ମା ରୂପୀ ପାରା ଖାଦ୍ୟ ଜଳ ବିନା

ତଥାପି ସଦା ସକ୍ରିୟ

ଉଡି ଗଲେ ପାରା ନଶ୍ୱର ଶରୀର

ଜଡ଼ ରୂପରେ ନିର୍ଣ୍ଣୟ

ଦାନ ଧର୍ମ ସେବା ଓ ପରୋପକାର

ଜୀବନରେ ସଦା ରହୁ

ପରମାତ୍ମା ପ୍ରତି ଭୟ ଭକ୍ତି ସହ

ସତ୍କର୍ମ ସର୍ବଦା ହେଉ ।



Rate this content
Log in

Similar oriya poem from Abstract