ମୋ ମାଆ
ମୋ ମାଆ
ମାଆର ପଣତ ଶ୍ରୀମନ୍ଦିର ନେତ
ସ୍ନେହ ମମତାର ଘର।।
ବିପଦେ ଆପଦେ ରକ୍ଷା କବଚ ସେ
କରେ ନାହିଁ କେବେ ପର ।।
ଦଶ ମାସ ଦଶ ଦିନ ଗର୍ଭ ଧରି
ଜନମ ଦେଇଛି ସିଏ।।
ତା ଠାରୁ ବଳି କେ ଏହି ସଂସାରରେ
କୁହ ଭାଈ ଅଛି କିଏ ?
ମାଆର ପରଶେ ଦୁଃଖ ଶୋକ ସବୁ
କ୍ଷଣକେ ଯାଏ ଉଭେଇ ।।
ମାଆର ଆଶିଷେ କଠିନ କାମ ବି
ଯାଏ ତ ସରଳ ହୋଇ ।।
କରୁଣାମୟୀ ସେ ଦୟାର ସାଗର
ତା ପଦେ ସରଗ ସୁଖ ।।
ମାଆ ହାତ ଧରି ବାଟ ଚାଲୁଥିଲେ
ଦୂରତା ବି ପାଖ ହୁଏ ।।
ମାଆ ଶବଦ ଟି ଅମୃତ ସମାନ
ସେ ନାମରେ ଅଛି ଜୟ ।।
ମାଆ ନାମ ସ୍ମରି ମାତୃ ସେବା କଲେ
ଦୂର ହୁଏ ପାପ ଭୟ।।
ମାଆ ଠାରୁ ବଳି ଏ ତିନି ଭୂବନେ
ଅଛି କି ଆମର ଜ୍ୟୋତି ।।
ଗୋଟିଏ ହୃଦୟେ ଗୋଟିଏ ସାଙ୍ଗରେ
ସତ୍ୟ ଶାନ୍ତି ମୈତ୍ରୀ ପ୍ରୀତି ।।
