Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhash chandra Toltia

Abstract Others

4.1  

Prabhash chandra Toltia

Abstract Others

ବେଇମାନି ସମୟ

ବେଇମାନି ସମୟ

1 min
398


ସମୟକୁ ଦେଖି ଆଶ୍ଚର୍ଯ୍ୟ ଲାଗେ

କେତେ ସ୍ୱାର୍ଥପର ସିଏ

ଅଚିହ୍ନା ଲୋକକୁ ଚିହ୍ନା କରିଦେଇ

ସମ୍ପର୍କଟି ଯୋଡିଦିଏ।


ପୁଣି ଏଇ ସମୟ ସ୍ରୋତରେ

ସମ୍ପର୍କଟି କେବେ ତୁଟିଯାଏ

ଏଥିପାଇଁ ଆଉ କାହାକୁ ନିନ୍ଦିବା

ସମୟର ଦୋଷ ଇଏ।


ଅଚିହ୍ନା ହୋଇ କି ରହିବାଟା

ତା ଠୁ ଭାରି ଭଲ

ଚିହ୍ନା ହୋଇ ପରେ ସମ୍ପର୍କ ଭାଙ୍ଗିଲେ

ଜୀବନଟା ହୁଏ କଲବଲ।


ରେ ସମୟ... ତୁଟିବାର ଥିଲା ସମ୍ପର୍କ ଯଦି

ଚିହ୍ନା କଲୁ ମୋତେ କାଇଁ

ଶେଷରେ କାହିଁକି ଏକା କରିଯାଉ

ତୁ କେଡେ ବେଇମାନି।



Rate this content
Log in

Similar oriya poem from Abstract