STORYMIRROR

Puspanjali Panda

Tragedy

4  

Puspanjali Panda

Tragedy

ବେଡ଼ ନମ୍ବର ଅଣଷଠି

ବେଡ଼ ନମ୍ବର ଅଣଷଠି

1 min
23.6K


କାଳିଜାଇପାଖେ ଘର

ଆଯି ଘରକୁ ଫେରିବେ

ସାଙ୍ଗରେ ଆଣିଥିବା ବାଲତି,ମଗ୍,ବେଡ଼ସିଟ୍

ଥାଳି ,ଗିନା ,ଗିଲାସ,ଚାମୁଚେଇ ।

ଆଉ ଯେତେ ଯାହା ବିସ୍କୁଟ୍,ପାଉଁରୁଟି

ରଖିଥିଲେ ଜମେଇ।

ଅଳକା କଳିକରୁଛି,

ମଦନ କୁ ଶୋଧୁଛି

ଘରକୁ ଗଲେ ମରିଯିବାର ଭୟରେ

ଖାଲି କାନ୍ଦୁଛି ଯେ କାନ୍ଦୁଛି।

ଡ଼ର ଖାଲି ମରିବାର ନୁହଁ

ଝିଅ ପାଇଁ ବଞ୍ଚି ବାର ମୋହ  

ମଦନର ଅଣହେଳାରେ

ପାଉଁଶ ପାଲଟିବାର କୋହ।

ଲୁହ ବୋଲ ମାନୁନି।

ଚିକିତ୍ସାଳୟ ର ବେଡ଼ ପ୍ରତି ଏତେ ଆକର୍ଷଣ!

ଧନ୍ୟ ରେ ଜୀବନ!

ଏଠି ଏକ ସଂପର୍କ ର ଡୋର ବାନ୍ଧି ସାରିଲେଣି 

ଏ ଟୁଆଁ ଟୁଇଁ କି ବଣି !

ଖୁବ୍ ଓଦାଓଦା ଆଖି ମଦନର 

ସମସ୍ତଙ୍କୁ କନ୍ଦେଇ ଦେଲା ।

ସ୍ତ୍ରୀ ଲାଗି ସତରଦିନର ସେବାକୁ

ଗଣ୍ଠିଲି ରେ ବାନ୍ଧିଲା ।

ଭାରି ବିକଳରେ ଚାହୁଥିଲା

ଆଖି ତାର ଅଲଗା କଥା କହୁଥିଲା

ପାଉଁରୁଟି ବିସ୍କୁଟ୍ କ୍ଷୀର ଆସିସାରିଥିଲା

ଅଳକା କୁ ଡାକ୍ତର ଦୟା କରିଥିଲେ

ମଦନ ସରଳ ବୋଲି ଅଳକା ର 

ଢେର ଦେଖା ଶୁଣା କରିଥିଲେ

ଦ୍ୱିତୀୟ ଈଶ୍ୱର କଣ ଅସୁର ହୁଅନ୍ତି?

ହେଲେ ଅଳକା ର ରାତି ତ ପାହାନ୍ତି

ମଦନ ଜାଣେ,

ସମସ୍ତେ ଜାଣି ବି ନିରୂପାୟର ହାତ ଟେକନ୍ତି ।


రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy