Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ବଦନାମ ଗଳି

ବଦନାମ ଗଳି

1 min
219


ଧନ ନାଶ ହେଲେ  କିଛି ନାଶ ନୋହେ

   ସ୍ୱାସ୍ଥ୍ୟ ନାଶେ କିଛି ନାଶ

ଚରିତ୍ରଟି ନଷ୍ଟ  ହେଲେ ଦିଏ କଷ୍ଟ

    ସବୁଠାରେ ଅପଯଶ ।


ଚରିତ୍ର ଯାହାର  ଶୁଦ୍ଧ ନୀରିମଳ

   ସବୁଠି ସମ୍ମାନ ପାଏ

ଚରିତ୍ର ହୀନତ  ସର୍ବତ୍ର ଘୃଣିତ

   କଷ୍ଟେ ତାର ଦିନ ଯାଏ ।


ରହିଥିଲେ ନିଆଁ  ଉଠିଥାଏ ଧୂଆଁ

   ଦେଖଇ ସାରା ଦୁନିଆଁ

ନଷ୍ଟ ଚରିତ୍ରର  ପାପ କାର୍ଯ୍ୟ ଭାର

    କେବେ ବି ଲୁଚି ରହେନା ।


ଅନ୍ୟାୟ ଅନୀତି  ଅକାର୍ଯ୍ୟରେ ମତି

    ବଦନାମ ଶୀର୍ଷ ଭାଗେ

ବଦ୍ନାମ ପ୍ରଭାବେ  ଗଳିର ଗୌରବେ

    କଳଙ୍କ କାଳିମା ଲାଗେ ।


ହୁଏ ବଦନାମ  ପାଏ ଅସମ୍ମାନ

    ଘୃଣିତ ହୁଏ ସମାଜେ

ଆତ୍ମ ସମ୍ମାନରେ  ଆଞ୍ଚ ଆଶେ ତାରେ

     ସ୍ଥାନ ପାଏ ନାହିଁ ପୂଜ୍ୟେ ।


ଯେଉଁଠି ଅନୀତି  ଅନ୍ୟାୟ ସମ୍ପତ୍ତି

   ଥାଏ ନାରୀ ନିର୍ଯ୍ୟାତନା

ଶିଶୁ ନିର୍ଯ୍ୟାତନା  ପିତାମାତା ଘୃଣା

    ବଦନାମେ ହୁଏ ଗଣା ।


ଗଳିରେ ସଭିଏଁ  ବଦନାମ ନୁହେଁ

    କିଛି ଦୃଷ୍ଟ ଜନ ଲାଗି

ହୋଇଯାଏ ଗଳି  ବଦନାମ ଗଳି

    ସର୍ବେ ହୋଇଥାନ୍ତି ଭାଗି ।


ଗଳି ପରିବେଶ  ହୁଏ କଳୁଷିତ

   ଘୃଣା ହୁଏ ସେଠି ଜାତ

ତୁଟି ଯାଏ ଶିରି  ବଦନାମ ଗଳି

   ନାମେ ହୁଏ ପରିଚିତ ।


Rate this content
Log in

Similar oriya poem from Inspirational