ବଦନାମ ଗଳି
ବଦନାମ ଗଳି
ଧନ ନାଶ ହେଲେ କିଛି ନାଶ ନୋହେ
ସ୍ୱାସ୍ଥ୍ୟ ନାଶେ କିଛି ନାଶ
ଚରିତ୍ରଟି ନଷ୍ଟ ହେଲେ ଦିଏ କଷ୍ଟ
ସବୁଠାରେ ଅପଯଶ ।
ଚରିତ୍ର ଯାହାର ଶୁଦ୍ଧ ନୀରିମଳ
ସବୁଠି ସମ୍ମାନ ପାଏ
ଚରିତ୍ର ହୀନତ ସର୍ବତ୍ର ଘୃଣିତ
କଷ୍ଟେ ତାର ଦିନ ଯାଏ ।
ରହିଥିଲେ ନିଆଁ ଉଠିଥାଏ ଧୂଆଁ
ଦେଖଇ ସାରା ଦୁନିଆଁ
ନଷ୍ଟ ଚରିତ୍ରର ପାପ କାର୍ଯ୍ୟ ଭାର
କେବେ ବି ଲୁଚି ରହେନା ।
ଅନ୍ୟାୟ ଅନୀତି ଅକାର୍ଯ୍ୟରେ ମତି
ବଦନାମ ଶୀର୍ଷ ଭାଗେ
ବଦ୍ନାମ ପ୍ରଭାବେ ଗଳିର ଗୌରବେ
କଳଙ୍କ କାଳିମା ଲାଗେ ।
ହୁଏ ବଦନାମ ପାଏ ଅସମ୍ମାନ
ଘୃଣିତ ହୁଏ ସମାଜେ
ଆତ୍ମ ସମ୍ମାନରେ ଆଞ୍ଚ ଆଶେ ତାରେ
ସ୍ଥାନ ପାଏ ନାହିଁ ପୂଜ୍ୟେ ।
ଯେଉଁଠି ଅନୀତି ଅନ୍ୟାୟ ସମ୍ପତ୍ତି
ଥାଏ ନାରୀ ନିର୍ଯ୍ୟାତନା
ଶିଶୁ ନିର୍ଯ୍ୟାତନା ପିତାମାତା ଘୃଣା
ବଦନାମେ ହୁଏ ଗଣା ।
ଗଳିରେ ସଭିଏଁ ବଦନାମ ନୁହେଁ
କିଛି ଦୃଷ୍ଟ ଜନ ଲାଗି
ହୋଇଯାଏ ଗଳି ବଦନାମ ଗଳି
ସର୍ବେ ହୋଇଥାନ୍ତି ଭାଗି ।
ଗଳି ପରିବେଶ ହୁଏ କଳୁଷିତ
ଘୃଣା ହୁଏ ସେଠି ଜାତ
ତୁଟି ଯାଏ ଶିରି ବଦନାମ ଗଳି
ନାମେ ହୁଏ ପରିଚିତ ।
