STORYMIRROR

Bharatabandhu Biswal

Abstract

4  

Bharatabandhu Biswal

Abstract

ବଦନାମ ଗଳି

ବଦନାମ ଗଳି

1 min
296


ବଦନାମ ଗଳିକୁ କିନ୍ତୁ ସବୁଆଡୁ ଖୋଲାଥାଏ ରାସ୍ତା ।

ନିଜକୁ ସଭ୍ୟ ବୋଲାଉଥିବା ତଥାକଥିତ

କିଛି ଭଦ୍ରଲୋକ ଏବଂ ନିୟମିତ ଗ୍ରାହକଙ୍କ

ରୀତିମତ ଚାଲୁଥାଏ ଅବାଧ ପ୍ରବେଶ ।


ବଦନାମ ଗଳିର ମଣିଷ

ଦେହକୁ ମଣଇ ପୁଞ୍ଜି

ଭ୍ରମ ବାଧ୍ୟେ କରୁଥାଏ ଦାହ,

ଅର୍ଥ କିଛି ଆୟ ଆଶେ ନିରୁପାୟ

କରେ ବ୍ୟବସାୟ ।


ବଦନାମ ଗଳିରେ

ନାହିଁ ଖରା ବର୍ଷା ଶୀତ

ସବୁବେଳେ ଜଳୁଥାଏ କାମନାର ନିଆଁ

ଇତର କୀଟପତଙ୍ଗ

କି କାରଣୁ ହୁଏ ହରବର

ଅକାତ ରେ ଝାସିଦିଏ ପ୍ରାଣକୁ ନିଜର

ଅନଳର ନୀଳ ତୃଷ୍ଣା

କିମାଶ୍ଚର୍ଯ୍ୟମ

ପଥଭ୍ରଷ୍ଟ ଅଭିପ୍ରାୟ ସଦୈବ ଦୁର୍ବୋଧ୍ୟ ।

  


Rate this content
Log in

Similar oriya poem from Abstract