STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ବଡକିଏ

ବଡକିଏ

1 min
280

   

କାନ,ଆଖି,ମନ ଇନ୍ଦ୍ରିୟ ଏମାନ

ପ୍ରଧାନ ଅଙ୍ଗ ଶରୀରେ

ମୂଖ୍ୟତଃ ଏମାନେ ମଣିଷ ଜୀବନେ

ଲାଗେ କର୍ମ କରିବାରେ ।।


ଦିନେ ଏହି ମିଳି ଆରମ୍ଭିଲେ କଳି

ଶରୀର ପ୍ରଧାନ ଅଙ୍ଗ

ଜଣେ ଆରେକ କୁ ନିଜ ପଡପଣେ

ଦେଖାଏ ନିଜର ରାଗ ।।


କିଏ ବଡ଼ କିଏ ସାନ ତାଙ୍କମଧ୍ୟେ

ଆରମ୍ଭି ପ୍ରତିଯୋଗିତା 

ପ୍ରଥମେ ଦେହରୁ ଆଖି ଚାଲିଗଲା

ଦେହର ନଥାଏ ଚିନ୍ତା ।।


ଫେରିଆସି ଚକ୍ଷୁ ଦେଖିଲା ଦେହ ତ

ଯାହାଥିଲା ତାହା ଅଛି

ତୁ ଗଲାପରେ ସେପରି ମୋହର 

ଦେହ କହେ ନ ହୋଇଛି ।।


ତାହାପରେ କାନ,ମନ ଚାଲିଗଲେ

ଜଣେ ଜଣେ ଆଗପଛ

ଅପରିବର୍ତ୍ତିତ ଦେହ ରହିଅଛି

ଭାଙ୍ଗିଗଲା ତାଙ୍କ ଗର୍ବ ।।


ଶେଷରେ ପରାଣ ଶରୀର କୁ ଛାଡି

ଯିବକୁ ହେଲା ଉଦ୍ୟତ

ଧୀରେ ଧୀରେ ସବୁ ନିସ୍ତେଜ ହୋଇଲେ

ଆଖି,କାନ,ଆଉ ନାକ ।।


ତୁମେ ବଡ” ପ୍ରାଣ” ଛାଡିଯାଅ ନାହିଁ

ତୁମକୁ ଶ୍ରେଷ୍ଠ ଆସନ

ଦେଉ ସର୍ବେ ଆମେ ଶରୀର ର ତୁମେ

ଶ୍ରେଷ୍ଠ ଆମେ ସବୁ ସାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational