STORYMIRROR

pawan Mohakul

Classics Fantasy Thriller

3  

pawan Mohakul

Classics Fantasy Thriller

ବଡ଼ଖିଆ

ବଡ଼ଖିଆ

1 min
133

ଷାଠିଏ ପଉଟି ଅଣ୍ଟିଲାନି ବୋଲି, ଦାସିଆ ନଡ଼ିଆ ନେଲୁ,

ସୁଦାମା ଭଳି ବନ୍ଧୁ ଥାଉ ଥାଉ, ପୁଣି ମହାନ୍ତିକୁ ବନ୍ଧୁ କଲୁ...

ରତ୍ନ ସିଂହାସନ ଥାଉ ଥାଉ ତୋର, ନନ୍ଦିଘୋଷେ ବିଜେ କଲୁ,

ନନ୍ଦିଘୋଷ ରଥ ଥାଉ ଥାଉ ପୁଣି, ବାଲି ରଥେ ମନ ଦେଲୁ...

ଘିଅ, ଅମୃତ, ଛେନା ଥାଉ ଥାଉ, ପୋଡ ପିଠାକୁ ଖାଇଲୁ,

ଶ୍ରୀମନ୍ଦିର ଛାଡି ଦାଣ୍ଡକୁ ବାହାରି, ଭକ୍ତଙ୍କ ମନ ମୋହିଲୁ..

ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ, ସ୍ତ୍ରୀକୁ ଘରେ ଛାଡିଲୁ,

ଲକ୍ଷ୍ମୀ ଭଳି ସ୍ତ୍ରୀ ମନ୍ଦିରରେ ଛାଡ଼ି, ମାଉସୀ ଘରେ ରହିଲୁ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics