ବଢ଼ିଯାଇଛି ପ୍ରସାରମୂଖୀ ଭଣ୍ଡତାର
ବଢ଼ିଯାଇଛି ପ୍ରସାରମୂଖୀ ଭଣ୍ଡତାର
ଦେଶର ସ୍ୱାଧୀନତାର ଜନ୍ମମୁହୂର୍ତ୍ତର
ପ୍ରାକ୍-କାଳରେ,
ଅନେକ ଅନେକ ବେଦନା ଭୋଗିଛେ,
ଅଛି ସ୍ମୃତିରେ ।
ସ୍ୱାଧୀନତା ପାଇଛେ ଓ କ୍ଷମତା ଆସିଛି
ଆମ ଲୋକଙ୍କର
ସମ୍ବିଧାନ ବହୁ ଦାୟିତ୍ୱ ତ ଅର୍ପଣ କରିଛି
ଆମ କାନ୍ଧର ।
ଥିବା ପବିତ୍ର ପ୍ରତିଶ୍ରୁତିମାନଙ୍କୁ ରୂପାୟିତ
କରିବା ଦରକାର
ତେଣୁ ଦରକାର ଅଙ୍ଗୀକାର ଆମ ସମସ୍ତ
ଆତ୍ମନିୟୋଗର ।
ଆମ ଭାରତବର୍ଷ ତ ପୁନର୍ବାର ଆବିଷ୍କାର
କରିଛି ନିଜକୁ
ରୂପ ଦେବାକୁ ପଡିବ ବିଜୟର ନୂତନ
ସମ୍ଭାବନାକୁ ।
ଭବିଷ୍ୟତ କେବେ ଆମ ସମସ୍ତଙ୍କ ପାଇଁ
ଆରାମର ଦିନ ନୁହଁ
୧୪ ଅଗଷ୍ଟ ୧୯୪୭, ମଧ୍ୟରାତ୍ରୀ, କ୍ରାନ୍ତି
ଲଗ୍ନର କଥାକୁ ଚାହଁ ।
ରହିଛି ଏବେବି ଉପସ୍ଥିତ ପରା ବହୁ
ବେଦନାର ଦହନ
ଦାରିଦ୍ର୍ୟ, ଅଜ୍ଞତା,ବ୍ୟାଧି ଓ ସୁଯୋଗର
ଅସାମ୍ୟର ଅବସାନ ।
ହୃଦୟ ଭାରାକ୍ରାନ୍ତ ଦେଖି ଉପାଧି
ଲାଳସାରୂପୀ ମହାବ୍ୟାଧି
ସ୍ୱାଧୀନତା, ପ୍ରଗତି ବିପର୍ଯ୍ୟୟ ହୁଏ,
ହୋଇଛୁ ଧର୍ମାନ୍ଧବାଦୀ ।
ଜନସାଧାରଣଙ୍କର ପ୍ରତିନିଧି ମନେ ବଢ଼ି
ଯାଇଛି ପ୍ରସାରମୂଖୀ ଭଣ୍ଡତାର
ଲୋକେ ଆସନ ଗ୍ରହଣ କରିବା ପାଇଁ କରନ୍ତି
ପୂଜା ମଣିଷ ଓ ଉପାଧିର ।
ମଣିଷର ସେବା ମନୋବୃତ୍ତି ଛାଡି ମନ ହୁଏ
ଗୋଡାଣିଆ ମନୁଷ୍ୟର
ପଦ ଓ ଉପାଧି ହାସଲ ପାଇଁ ଯୋଜନା
ଚାଲେ ଷୋଡ଼ଶୋପଚାର ।
