STORYMIRROR

Ajit Kumar Raut

Romance

3  

Ajit Kumar Raut

Romance

ବଡ଼ହିଁ ଚତୁର

ବଡ଼ହିଁ ଚତୁର

1 min
239


ଅତି ଚତୁର ଗୀତା ଭାଉଜ


ତାଙ୍କ ପରିହିଁ ନାହିଁ ଭାଉଜ,


ମୄଦୁ ଭାଷୀନି ଆମ ଭାଉଜ


ଅତି ସେ ମଜାଳିଆ ଭାଉଜ।


ପରିପୂର୍ଣ୍ଣ ହିଁ ସବୁ ଗୁଣରେ


କରନ୍ତି ମଜା ଗେଲ୍ହା ସଙ୍ଗରେ


କହନ୍ତି ହସି ତାହାକୁ ଧୀରେ


ବରହିଁ ମିଳୁ ନାହିଁ କାହିଁରେ।


ନଣନ୍ଦ ମୋର ଘରେ ରହିବ


ଭାଉଜ କଥା ନିତ୍ୟେ ମାନିବ,


ବିଭା ତାହାର କେବେ ନହିବ


ଭାଇ ଭାଉଜ ସଙ୍ଗେ ରହିବ।


ଗେଲ୍ହା ନଣନ୍ଦ ନାମଟି ଗେଲ୍ହା


ରାଗିକରି ସେ କହୁଛି ଗେଲ୍ହା


ମତେ କହିବ ନାହିଁ ହିଁ ଗେଲ୍ହା


ମତେ ଡାକିବ ନାହିଁ ହିଁ ଗେଲ୍ହା।


ଯାଉଛି ମୁଁ କହିବି ଭାଇଙ୍କୁ


କହିବି କଥା ସବୁ ତାହାଙ୍କୁ


ତୁମ କଥା କହିବି ଭାଇଙ୍କୁ


ଭାଉଜ କହିବିନି ତୁମଙ୍କୁ।


ଭାଉଜ ନିଏ ଗେଲ୍ହା କୋଳକୁ 


ଆଦରେ କୁହେ ବୁଝାଇ ତାକୁ,


ଆଣିବି ରାଜା ବର ତାହାକୁ


ରାଗ ନାହିଁ ଭାଉଜ କଥାକୁ।


କେବେବି ଭାଇଙ୍କୁ ନ କହିବୁ


ସବୁ କଥା ହିଁ ମତେ କହିବୁ,


ମୋ କଥା ଗେଲ୍ହା ନାହିଁ ଧରିବୁ


ସୁନା ନଣନ୍ଦ ଖୁସିରେ ଥିବୁ।


ଦୁନିଆ ଖୁସି ତତେ ମିଳିବ


ଗେଲ୍ହା ନଣନ୍ଦ ବିଭା କରିବ,


ସବୁତ ଭାଇ ପୁରା କରିବ


ଗେଲ୍ହା ଆମକୁ ଭୂଲିଣ ଯିବ।


ଅତି ଚତୁର ଗୀତା ଭାଉଜ


ତାଙ୍କ ପରିହିଁ ନାହିଁ ଭାଉଜ,


ମୄଦୁ ଭାଷୀନି ଆମ ଭାଉଜ


ଅତି ସେ ମଜାଳିଆ ଭାଉଜ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance