STORYMIRROR

Sarojini Jena

Inspirational

3  

Sarojini Jena

Inspirational

ବଡ଼ ଠାକୁର

ବଡ଼ ଠାକୁର

1 min
200


ବଡ ଦିଅଁ ବୋଲି ବଡ ମନ୍ଦିରେ ତୁ

ବସିଛୁ ଚଉବାହୁ ମେଲାଇ,

ଶ୍ରୀମନ୍ଦିରେ ତୋର ଉଡେ ବଡନେତ

ବଡ଼ ଠାକୁର ତୁ ନାମକୁ ବହି...।


ବିଶ୍ୱକାରିଗର ବିଶ୍ୱନାଥ ତୁହି

ବଡ଼ ଆଖିରେ ତୁ ରହିଛୁ ଚାହିଁ,

ବଡ଼ ପଣ୍ଡା ବଡ଼ ସୁଆରଙ୍କ ହସ୍ତେ

ବଡ ଭୋଗ ଲାଗି ହେଉଛି ତହିଁ..।


ବଡ଼ ତୋ ପତାକା ବଡ଼ ତୋ ପ୍ରାଚୀର

ବଡ଼ ତୋ ଅଟେ ଆନନ୍ଦ ବଜାର,

ସେ ବଜାରେ ଟିକେ ଆନନ୍ଦେ ଭୁଞ୍ଜିଲେ

ସୁଖ ମିଳେ ପ୍ରଭୁ ଅପାର...।


କି ବର୍ଣ୍ଣନା ମୁଁ କରିବି ତୋହର

ସେ ବଡ଼ ହୃଦୟ ମୋର ନାହିଁ,

ତୋ କୃପା କଣିକା ପାଇବାକୁ ସଦା

ମନ ମୋ ତୋତେ ନିତି ଝୁରଇ..।


ନିରବେ ନିରବେ ଭାବୁଥାଇ ଯେବେ

ନିତି ସପନେ ମୋ ତୁ ଆସୁଥାଇ,

ବଡ଼ କପଟିଆ ବଡ ଦଗାଦିଆ

ତୁ ତ ମୋ କଳା କନ୍ହାଇ....।


ପ୍ରତିକ୍ଷଣେ ଅନୁକ୍ଷଣେ ପୁଣି ପ୍ରତି ପଲକରେ

ତୋ କଳା ମୁଖକୁ ଦର୍ଶନ ଲଭଇ,

ବଡ ଦିଅଁ ବୋଲି ଗରବ ଅଛି କି

ମୋ ଭାବ ଭକ୍ତିରେ ଆସୁଥା କାଳିଆ ତୁହି..।


ହୃଦୟଟା ଖୋଜେ ତୋହରି ସାନ୍ନିଧ୍ୟ

ତୋ ଭାବରେ ସଦା ଲୁହ ଝରଇ,

ତଥାପି ଏ ମନ ବୁଝେ ନାହିଁ କିଆଁ

ଛଟପଟ ପୁଣି ବାରବାର ହୁଅଇ..।


ବିଶ୍ୱାସେ ନିକଟ ଅବିଶ୍ୱାସେ ଦୂର

ଅନୁଭବି ଯିଏ ସିଏ ଜାଣଇ,

ତୋର ସ୍ୱର୍ଗଦ୍ୱାର ଶେଷ ଆଶରା ମୋ

ଏ କଥା ସଦା ମୁଁ ମନେ ଚିନ୍ତଇ...।


ନିତି ସପନେ ଅବା ଜାଗରଣ

ତୋ କଥା କି ପାଶୋରିବି ମୁହିଁ,

ତୋର ବଡଦାଣ୍ଡ ଧୂଳି ମଥାରେ ମୁଁ ବୋଳି

ଜୀବନ ସାର୍ଥକ କରିବି ମୁହିଁ...।


ତୋର ଚିନ୍ତନରେ ଦିବାନିଶି ବୁଡି

ତୋ ଭକ୍ତି ରସରେ ମୁଁ ମଜଇ,

ଏ ଭବ ସଂସାରୁ ଉଦ୍ଧରି କାଳିଆ

ତୋ ବଡ଼ ନାମ ସାର୍ଥକ କରିବୁ ତୁହି...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational