STORYMIRROR

Sunanda Mohanty

Tragedy Action Thriller

3  

Sunanda Mohanty

Tragedy Action Thriller

ବଡ ଠାକୁର

ବଡ ଠାକୁର

1 min
190


ତୁମ ବଡପଣ ତୁମ ପାଖେ ରଖ

ଦୀନହୀନ ଜନ ମାଗୁଣି ବାରେ ରଖ

ହୁଅନା ବିମୁଖ ଆହେ ଶ୍ରୀପତି ଶ୍ରୀମୁଖ

ଦିଅ ନାହିଁ ଦୁଃଖ ଯନ୍ତ୍ରଣା ହୁଅନା ବିମୁଖ

ତୁମେ ଦିନବନ୍ଧୁ ଆର୍ତ୍ତତ୍ରାଣ ନିରେଖକୁ ଦେଖ

ତୁମ ଆଶୀର୍ବାଦ ବିନା ଛାର ମଣିଷ ପଶୁ

ଗର୍ବଗଞ୍ଜନ ଅହଙ୍କାର ମାଟିରେ ମିଶୁ

ଦିଅନା ଆଉ ଦୁଃଖ ପ୍ରକାଶି ଯାଉ ସୁଖ

ତୁମେ ଅରକ୍ଷର ରକ୍ଷ ଗୁହାରୀ ମୋ ରଖ

ଜନମ ଦେଇଛ ସୃଷ୍ଟି କୁ ଗଢିଛ

ସବୁତ ତୁମର ଭଣ୍ଡାର ଖୋଲିଛ

ମନେ କିମ୍ପା କରୁଣା ଉଣା କର କଳା ଶ୍ରୀମୁଖ

ଦୁଃଖୀ ଜଣାଇବ କହାକୁ ତା ଦୁଃଖ

ରୋଗ ଋଣ ଶୋକ ଯନ୍ତ୍ରଣା ଦୂର୍ କରି ଦେଖ

ସଭିଏଁ କହିବେ ଚଳନ୍ତି ଠାକୁର ଅରକ୍ଷର ରକ୍ଷ

କାହିକି କରୁଛ ପାତର ଅନ୍ତର ନହୁଅ ନିଷ୍ଠୁର

ଆହେ କଳାକାର କାରିଗର ଜାଦୁ ଗର

ଗରିମା ତୁମର ରହିଥାଉ ଟେକ

ବୋଲାଅ ସଂସାରେ ତୁମେ ଅଛ ବୋଲି ନାହିଁ ତିଳେ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy