STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ବଡ଼ ସାନ

ବଡ଼ ସାନ

1 min
337


ସମାଜେ ଆମର      ରହିଛି ବିଚାର 

     ବଡ଼ କିଏ ସାନ କିଏ ?

ଭେଦାଭେଦ ରଖି  ଚାଲୁ ଆମେ ଦେଖି  

     ଯେମିତି ଭାବଇ ଯିଏ। 

ସାନ ବଡ଼ ଅବା    ଉଚ୍ଚନୀଚ୍ଚ ହେବା 

     ନଥାଏ ଆମ ଅଧୀନେ, 

ଈଶ୍ଵରଙ୍କ ସୃଷ୍ଟି       ଧରାର ସମଷ୍ଟି 

      ଗଢିଛନ୍ତି ଏକ ଧ୍ୟାନେ। 

କିଏ ଧନ ଧାନ୍ୟେ    କିଏ ବୁଦ୍ଧି ଜ୍ଞାନେ 

     ଲଭଇ ନିଜ ପ୍ରତିଷ୍ଠା, 

କିଏ ଜନ୍ମେ ବଡ଼     କିଏ କର୍ମେ ବଡ଼ 

    ହୋଇ ରଖିଥାଏ ନିଷ୍ଠା। 

ହୁଏନା ସୁଧାରି      ସ୍ଵରୂପ କାହାରି 

     ଜନ୍ମଗତ ଥାଏ ତାହା, 

ନୀତି ଆଦର୍ଶରେ   ନିଷ୍ଠା ସାଧନାରେ 

    ପାଏ ଖୋଜି ଖୋଜେ ଯାହା। 

ବିଧିର ବିଧାନେ    ଅସାମାନ୍ୟ ଜଣେ 

     ପ୍ରତିଭାର ଭାଗିଦାରୀ,

ନିଜର ଉଦ୍ୟମ       ଦୃଢ ପରିଶ୍ରମ 

     ବଳେ ହୁଏ ଅଧିକାରୀ। 

ସଭିଏଁ ସମାନ     କହେ ବ୍ରହ୍ମଜ୍ଞାନ 

    ଭାବନା କାହାକୁ ହେୟ, 

କଲେ ଅନୁଭବ    ଆସେ ସମ ଭାବ 

     ଉଦାର ହୁଏ ହୃଦୟ। 

ଛାଡି ସଂକୀର୍ଣ୍ଣତା   ବୁଝି ବ୍ୟାପକତା 

     ସାଧୁ ସନ୍ଥ ହୁଏ ଜଣେ, 

ସମଦୃଷ୍ଟି ଦେଇ    ନିରପେକ୍ଷ ହୋଇ 

     ବିଚାରେ ମହତ ଗୁଣେ।

ବଡ଼ସାନ ଏକ  ସଂସାରେ ସବୁ ଲୋକ  

      ପରମବ୍ରହ୍ମଙ୍କ ଅଂଶ, 

ଚେତନା ଶକତି     ବଳରେ ପ୍ରଗତି 

    କଲେ ହୁଏ ତା' ପ୍ରକାଶ।

ଥିବାଯାଏ ନିଜ    ଅହଂଭାବ ତେଜ 

    ଆସେ ନାହିଁ ସମଦୃଷ୍ଟି, 

ବୁଝିପାରେ ନାହିଁ   ବଞ୍ଚେ ନିଜ ପାଇଁ 

     ଅନର୍ଥ କରଇ ସୃଷ୍ଟି। 

ଆସ ଭାଇ ବନ୍ଧୁ    ଗଢି ପ୍ରେମ ସିନ୍ଧୁ 

    ଜଗତେ ଆଣିବା ଶାନ୍ତି, 

ପରସ୍ପର ସାଥେ   ଏକ ମନୋରଥେ 

     ଦୂରେଇ ଦେବା ଏ ଭ୍ରାନ୍ତି।  

   


Rate this content
Log in

Similar oriya poem from Action