STORYMIRROR

Jagannath Barik

Abstract Classics

4  

Jagannath Barik

Abstract Classics

ବଡ ଦେଉଳିଆ

ବଡ ଦେଉଳିଆ

1 min
486


ଦରିଆ କୂଳିଆ ଶ୍ରୀନୀଳାଚଳିଆ ବଡ଼ ଦେଉଳିଆ କାଳିଆ 

ସହସ୍ର ଫଣିଆ ହଳ ମୂଷଳିଆ ଭାଇ ତ ବଳୁଆ ବଳିଆ 

  ଭଉଣୀ, ଚାନ୍ଦମୁହିଁ ସୁନା ଥାଳିଆ 

ସୁଦରଶନିଆ ସୁଦରଶନୀୟା ଭକ୍ତବତ୍ସଳିଆ ଛଳିଆ |(1)

ମୟୂର ଚୂଳିଆ ପୀତ ଦୁକୂଳିଆ ତୁଳସୀ ଦୟଣା ମାଳିଆ 

କଳପ ମୂଳିଆ ସରପ ଦଳିଆ ତଳପ ନାଗ କୁଣ୍ଡଳିଆ 

  ଚତୁର , ଚଉଦ ବ୍ରହ୍ମାଣ୍ଡ ପାଳିଆ 

ଭାବ ରଙ୍କାଳିଆ ଅଘ ପକ୍ଷାଳିଆ ପାପୀପାବନ ଚିରାଳିଆ |(2)

ଭୋକ ବିକଳିଆ ଭୋଗ କବଳିଆ ରସିକିଆ ଘନକାଳିଆ 

ସେବକ ମେଳିଆ ଦରପ ଦଳିଆ ମଣ୍ଡିତ ମକର ନୋଳିଆ 

  ସକଳ, ତ୍ରିଦଶ ଯାହାର ହଳିଆ 

ଶଶାଙ୍କଚୂଳିଆ ଚାରି ମଉଳିଆ ପୁରନ୍ଦର ଯାର ତଳିଆ |(3)

ପ୍ରେମ ପାଗଳିଆ ରମଣୀ ଲୁଟିଆ ଦେବଦାସୀ ଅନୁକୂଳିଆ 

ଭାନୁଜା କୂଳିଆ କଦମ୍ବ ମୂଳିଆ ଭାନୁଜେମା ପ୍ରେମଭୋଳିଆ 

  ମାଧବ, ଗୋପୀ ଗୋପାଳଙ୍କ ତୁଳିଆ  

ଦଳା କଜ୍ଜ୍ୱଳିଆ କାଇଁଚମାଳିଆ ବେଶ ସାଜ ଭଳିଭଳିଆ |(4)

କମ୍ବୁ କଟକିଆ କୈବଲ୍ୟ ବାଣ୍ଟୁଆ ଗୀତଗୋବିନ୍ଦର ପାଳିଆ 

ମନ୍ଦର ଧରିଆ ନାଲି ଅଧରିଆ ଗୋବର୍ଦ୍ଧନ ଗିରି ତୋଳିଆ 

  ସୁନ୍ଦର, ପଞ୍ଚସଖା ଭାବ ଭୋଳିଆ 

ଭଵ ତରଙ୍ଗିଣୀ ତରଣୀ ଚାଳିଆ ଗୋପାଳିଆ ବନମାଳିଆ |(5)

ଲୀଳାବତାରିଆ ହେ ଚକାଡୋଳିଆ ଅରଜୁନ ଘୋଷେ ହଳିଆ 

ଚଉବର୍ଗଦିଆ ରତନ ବେଦିଆ ଦୁରନ୍ତ ଦନୁଜ ଦଳିଆ 

  ଚରଣେ, ଶରଣ ଚଣ୍ଡୀମଙ୍ଗଳିଆ 

ରମା ବାଣୀଧବ କରୁଣା ଅର୍ଣ୍ଣବ ଜଗା ତଵ ପଦଧୂଳିଆ (6)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract