ବଡ ଚାଲତା"
ବଡ ଚାଲତା"
ସଂସାର ଭିତରେ ଏମିତି ବି ଭାଇ
କିଛି କିଛି ଲୋକ ସାଇତା
ସେମାନେ ଦେଖାନ୍ତି ସମସ୍ତଙ୍କ ଆଗେ
ଆମେ ସବୁ କିଛି ଜାଣତା ।
ବରଂ ପାଠ ଘରେ ଶୂନ ହେଇଥାଉ
ବାହାରେ ଦେଖାନ୍ତି ଭାଉ
ଭି ଆଇ ପି ପରି ଡ୍ରେସ ପିନ୍ଧନ୍ତି
ସତେ ଅଫିସର ଆଉ ?
ତାଙ୍କ ଢଙ୍ଗ ରଙ୍ଗ ଯେ କେହି ଦେଖିବ
ନିଶ୍ଚୟ ତାଜୁଵ ହେବ
କେଉଁ ଘଡ଼ି ମୂଳେ ଜନମ ତାଙ୍କର
କିପରି ଦେଲେ ଦଇବ !
ବାପା ମାଆଙ୍କୁ କି ଭାଇ ଭଉଣୀଙ୍କୁ
କାହାରିକୁ ନାହିଁ ଖାତର
ସବୁବେଳେ ଖାଲି ଟେମ୍ପର ଦେଖାନ୍ତି
ଦିଅ ହେ ପଇସା ପତର ।
ବଡ଼ ସାନ ଜ୍ଞାନ ନ ଥାଏ ତାଙ୍କର
ସମସ୍ତଙ୍କୁ ବେଖାତିର
ଗୁରୁ ଗୁରୁଜନେ ସମ୍ମାନ କ'ଣ
ମୁଣ୍ଡରେ ନାହିଁ ତାଙ୍କର ।
ନିଶା ପାଣି ଖାଇ ନିଶାଖୋର ପରା
ନିଶା ଅଟେ ସବୁକିଛି
ବରଂ ଭାତ ଖିଆ ବନ୍ଦ ହୋଇଯିବ
ଆଗ ମଦ ପିଇବେଟି ।
ବାଟରେ ଘାଟରେ ଝିଅଙ୍କୁ ଦେଖିଲେ
ପାଟିରୁ ଗଡ଼ଇ ଲାଳ
ଅନ୍ୟାୟ ଅନୀତି ପଛରେ ଧାଇଁଲେ
ଗୁଣ୍ଡାମୀ ତ ଚିରକାଳ ।
ଏପରି ବ୍ୟକ୍ତିଙ୍କୁ ଈଶ୍ବର ଡରନ୍ତି
ଆମେ ତ ସହଜେ ନୀରବ
ପାଟି ଫିଟାଇଲେ ହଙ୍ଗାମା କରିବେ
ସରିଯିବ ମାନ ମହତ ।
ମଣିଷ ଜନମ ପାଇ ଯଦି ଆମେ
ମଣିଷକୁ ନ ଦେଖିବା
କାହା ସଙ୍ଗେ ମିଶି ଆଗକୁ ବଢିବା
ପଛେ ନିଶ୍ଚୟ ଭୋଗିବା ।
ଏବେ ସିନା ବଳ ବୟସ ରହିଛି
ମନ ଇଛା ମାତୁଅଛ
ବୟସ ଖସିଲେ କେହି ଚାହିଁବେନି
କାନ୍ଦି କାନ୍ଦି ଦିନ ଯିବ ।
ତୁମେ ତ କାହାକୁ ଦେଖୁନାହଁ ଭଲେ
ଭଲ କଥା ପଦେ କହୁନା
ତମକୁ କାହିଁକି କିଏ ଅନେଇବ
ଘାଣ୍ଟି ମରିବଟି ସିନା ?
