STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ବୈଶାଖି  ,,,,,,,,,,,

ବୈଶାଖି  ,,,,,,,,,,,

1 min
329


ତୁମ ଭିତରେ ଥିବା ଶୂନ୍ୟତା 
ବୋଧେ କାଳବୈଶାଖି 
ତୁମ ଭିତରେ ଥିବା ନ୍ୟୁନତା 
 ଦେଖୁଥବା ଓଦା ଆଖି ସାକ୍ଷୀ 
ତୁମ ଭିତରେ ଥିବା ପୂର୍ଣ୍ଣତା 
ସ୍ବଛ ଓ ସ୍ପଷ୍ଟ ନାମେ ଦୁଇଆଖି 
ତୁମ ଭିତରେ ଥିବା ସାନ୍ଦ୍ରତା 
ଭୁଲୁଣ୍ଠିତ କେଡେ ନିରିମାଖି 
ଦୁଇଆଖି ସମ୍ପର୍କରୁ ବୁଝିନିଅ ସଖୀ 
ତୁମ ଭିତରେ ପ୍ରଗାଢ଼ତା 
କରେ ପ୍ରଗ୍ଳଭ କବି ଏକା ସାକ୍ଷୀ 
ଝର ଅବା ପର କଲମରେ ଯୋଖି 
ଶବ୍ଦପାହାଡ଼ ଉହାଡୁ ଶବ୍ଦ ଆଣି ଦିଏ ଲେଖି 
ତୁମ ଭିତରେ ଥିବା ସରସତା 
ପିଇ ନେଇ ଧକ୍କା ଓ ଧୋକା ଦେଇ 
ଫଟା ପ୍ରେମିକ ଡାକେ ଆ ବୈଶାଖି 
ଫେରିଆ ସଖୀ ତୋ ଭିତର ପ୍ରେମକୁ 
ବୁଝିବାକୁ କାକତାଳେ କଳ୍ପମୂଳେ ଆଙ୍କି 
ଚାରୁଚିତ୍ରପଟେ କିଏ ଲେଖିଛି ବୈଶାଖ
ଅଦିନିଆ ଅତିଥି ତୁ ପାନ୍ଥଶାଳା କାନ୍ଥି 
ତୁମ ଭିତରେ ଥିବା ବଦାନ୍ୟତା
 ଯଦିକେ ପାରୁନି କେବେବି ଦେଖି 
ଫେରିଆ ବୈଶାଖି ତୋ ବିନା ମୁଁ 
ଋତୁଚକ୍ର ହୁଏ ଦୁଃଖୀ ଅବା ସୁଖୀ 
ପାରୁନି ସହି ମୋ ନିୟୁତ ଦୁଇ ଆଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract