STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ବୈଶାଖି ଗୋ 

ବୈଶାଖି ଗୋ 

1 min
386


ତୁମ କବରୀରେ କୃଷ୍ଣଚୂଡ଼ାର ହସ 
ମୋନାଲିସା ପରି ସର୍ବେ ହୁଅନ୍ତି ବଶ 
କୁରେଇ ଫୁଲର ଧବଳ ଶେଜରେ ଅବଶ 
ଜାଗେ ମନେ ଦେଖିବାକୁ ଜଗା 
ଆଳତୀ ଓ ଅବକାଶ 
କାହିଁକି ଜାଣେନା କୁରେଇ ଫୁଲର 
ବାସ୍ନା ଛୁଏଁନା ହେବାକୁ ପରିପ୍ରକାଶ 
ଧରଣୀ ରାଣୀ ଖିଲିଖିଲି ହସି 
କହେ ସେ ମୋ ଆତ୍ମପ୍ରକାଶ 
ଜଳ ବିହୁନେ ସୃଷ୍ଟି ନାଶ ହେଲା ବେଳେ 
ଦେଖ କୁରେଇ ଫୁଲ ମଖମଲ୍ଲୀ ହସ 
ଶୁଖିଯିବ ତୃଷା ମେଣ୍ଟିଯିବ ସବୁ ଶୋଷ 
ସୁନାରୀ ଗଛର ଫୁଲ ତୋଳି 
ଧରଣୀ ପିନ୍ଧିଛି ହଳଦିଆ ରଙ୍ଗ ବୋଳି 
ଫୁଟି ଉଠେ ନବବଧୂ ବେଶ 
ଅଳ୍ପରେଚଳି ଅଳ୍ପଭାଳି ଅଳ୍ପଗଳ୍ପର ଭାଗଶେଷ 
ସୁନାରୀ ଗଛର ଛାଇରେ ପଥିକ 
ଖଇରୀ ଖରାରୁ ତ୍ରାସ ପାଇ ଦେଖ ହସ 
ଖରା ପରା ତୋରା ସ୍ୱଚ୍ଛ ଆସରା 
ନଥିଲେ ବଳିଥିବା ଭଗଶେଷ 
ମୂଳରୁ ଚୁଳ ଆମୂଳଚୁଳ ଅଙ୍କ ତୁ ପୁଣି କଷ
ଦୁଃଖ ପରେ ସୁଖ ତା ପରେ ଓଲଟ ଵାସ 
ଫୁଲର ବେଣୀରେ ବୈଶାଖି ପଣା 
ଟଙ୍କ ତୋରାଣୀରେ ଶେଷ ଶୋଷ
,,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract