Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

3  

Pratima Satpathy

Classics

ବୈଜ୍ଞାନିକ ହର ଗୋବିନ୍ଦ ଖୁରାନା

ବୈଜ୍ଞାନିକ ହର ଗୋବିନ୍ଦ ଖୁରାନା

1 min
116



ଉଣେଇଶିଶହ ବାଇଶି ମସିହା 

   ଜାନୁଆରୀ ର ନଅରେ 

ଜନ୍ମ ହୋଇଥିଲ ହେ ବିଜ୍ଞାନୀ ବୀର

    ପଞ୍ଜାଵର ରାୟପୁରେ.

ପିତା ଗଣପତି ରାୟ ଖୁରାନା

   ଓ ମାତା ନାମ କ୍ରିଷ୍ଣା ଦେବୀ

କୋଳକୁ ମଣ୍ଡନ କଲ ବୈଜ୍ଞାନିକ

    ଜିଣି କୋଟି ବାଳ ରବି ।

ଆଦରରେ ହର ମୋହନ ଯେ ନାମ

    ଦେଇଥିଲେ ପରିବାର

ତୁଳସୀ ଦୁଇ ପତ୍ରରୁ ବାସିଲା ପରି

     ବାସେ ସୁଗୁଣ ତୁମର ।

ଗଛତଳେ ଚାରିବର୍ଷ ପାଠ ପଢି

   ହୋଇଗଲ ବୈଜ୍ଞାନିକ

ପ୍ରଚଣ୍ଡ ପ୍ରତିଭା ଧାରୀ ଥିଲ ତୁମେ

   ସ୍କଲାରସିପ ଅନେକ ।

ଏମ ଏସ ସି, ପରେ ଚାକିରି ହେଲାନି

   ବ୍ରିଟିଶ କୁ ଚାଲିଗଲ 

ସେହିଠାରେ ରହି ପି ଏଚ ଡି,କରି

   ବଡ ବୈଜ୍ଞାନିକ ହେଲ l

ଜୈବ ରାସାୟନ ଅଧକ୍ଷ ହୋଇଲ

    ସୁଇଜରଲ୍ୟାଣ୍ଡ ଯାଇ

କେମ୍ବ୍ରିଜର , ବିଶ୍ବ ବିଦ୍ୟାଳୟ ରେ ଯେ

   ନୋବେଲ ପ୍ରାଇଜି ପାଇ ।    

କାନାଡାର ଗୋଲ୍ଡ ମେଡାଲିଷ୍ଟ ପୁଣି

   ଭାରତେ ପଦ୍ମ ଭୂଷଣ 

ଚିକିତ୍ସା ବିଜ୍ଞାନି ପୁରସ୍କାର ପ୍ରାପ୍ତ

   ହୋଇଅଛନ୍ତି ଆପଣ

ଦେଶ ଜାତି ପାଇଁ ନୂଆ ତଥ୍ୟ ଦେଇ

   ବଢ଼ାଇଛ ଜାତି ମାନ

ହେ ମହାନ ବୈଜ୍ଞାନିକ ତୁମ ପାଦେ

   କରୁଛି ଶତ ପ୍ରଣାମ.

ଆମେରିକାର ନାଗରିକତା ପରେ

   ଫେରିଆସିଲେ ଭାରତ

ଦିହଜାର ଏଗାର ନଭେମ୍ବର ର 

   ନଅ ତାରିଖରେ ମୃତ ।

ଜନମ ହୋଇଲେ ନଅ ତାରିଖରେ

   ମୃତ୍ୟୁ ନଅ ତାରିଖରେ

ଅମର ହୋଇଲ ଯଶ ରଖିଗଲ

  ଏହି ମହୀ ମଣ୍ଡଳ ରେ ।


Rate this content
Log in

Similar oriya poem from Classics