STORYMIRROR

pratap nayak

Tragedy

2  

pratap nayak

Tragedy

ବାୟାଣୀର ପ୍ରାରମ୍ଭିକ ଚିହ୍ନ

ବାୟାଣୀର ପ୍ରାରମ୍ଭିକ ଚିହ୍ନ

1 min
13.3K


ଚାତକର ଶେଷ ଚିଠି

ଅସୁରଖିତ ଦିଗବାରେଣୀରେ

ଢେଉ ଖେଳେ ମରିଚିକା ସମ.....

ଷୋଡସୀ ବାୟାଣୀ ଘୁରିବୁଲେ

ପାରିଜାତ ସଂଧାନରେ......

ନିଖେପିତ ଆଉ କା'ର ପ୍ରାରମ୍ଭିକ ଚିହ୍ନ

ରାସ୍ତାକଡେ ଗଡୁଥାଏ ଶସ୍ତାହେଇ

ଅମେଳ ମେଳରେ.......

ବୁଲା କୁକୁର ଆଉ ଜରି ଗୋଟାଳିରେ

ବଡହୁଏ ସିଏ

ବାୟାଣୀର ସ୍ୱାମୀ ଦିନେ ଖୋଜିନିଏ

ସାରିଦିଏ ଅପହଞ୍ଚ ଭୋକ .....

ଗୋଟି ଗୋଟି ମନେ ପଡେ ତାର

ଆହତ ଆକାଂଖ୍ୟା ସଜେଇ ହୁଏ

ସଂଭାବନାର ପାହାଡ ସେପଟେ.....

ଚାରା ତାର କଣ ଥିଲା ଯେ......

ନାଲି ଟୁକ୍ ଟୁକ୍ ସାଧବ ବୋହୁର ଦେହ

ଦଳି ମକଚି ଚିତ୍କାର କରେ

ହେଇ ପାରେନା ଆହତ ନାଗୁଣୀ

ସେ ସଜା ହବାପାଇଁ ଚାଲିଯାଏ

ମରିଚିକା ଢେଉ ଉହାଡରେ......

କାଂଦିବାର ସବୁରାସ୍ତା

ଶେଷହୁଏ ମଖମଲି ଶେଜ

ଆଉ ହାତପାହାନ୍ତା ଧୀର ଆଲୁଅରେ....


ପ୍ରତାପ ନାୟକ

୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy