STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବାଉଳା

ବାଉଳା

1 min
359

ବାଉଳା ଭାରି ଆକାଶ ଛୁଉଁଛି

ତାଙ୍କ ଘରେ ବାଜା ବାଜୁଛି

ମାଇକି ବାଜୁଛି

ଭୋଜିଭାତ ହେଉଛି

ଘର ବାହାର ସାଜସଜ୍ଜାରେ ଫାଟି ପଡୁଛି।


କାରଣ ତା ସାନ ଭାଇ ବିଶୁର

ଆଜି ବାହାଘର।


ବୋଉ ବୋଉ ଲୋ

ମୁଁ କେବେ ବାହା ହେବି

ମୁଁ ବା ବଡ଼

ମୋତେ ଆଗ ବାହା ନ ଦେଇ

ବିଶୁ କୁ କାହିଁକି ବାହା ଦେଉଛୁ ।


ବୋଉ ଆଖିରେ ଆଷାଢ଼

ତୁ ପରା ବାଉଳା

ବୋକା

ପାଗଳ ଟା

ତୋତେ କିଏ ଝିଅ ଦେବରେ ଧନ !


ନାଇଁ ବୋଉ

ମୁଁ ବାହା ହେବି

ହାତ ଗୋଡ଼ କଚାଡି

କାନ୍ଦୁଥିଲା ବାଉଳା

ବୋଉ ବି କାନ୍ଦୁଥିଲା

ପାଗଳ ପୁଅର ପାଗଲାମିରେ।


ତୁ କାନ୍ଦିଲେ

ମୁଁ ବାହା ହେବି ନାହିଁ ଯା

ବୋଉ ଲୋ 

ତୁ ଯେଉଁ କଥା ପାଇଁ କାନ୍ଦିବୁ

ମୁଁ କଣ ସେଇଟା କରି ପାରିବି ।


ବାଉଳା ଧନ ମୋର

ତୋତେ ସିନା

ସମାଜ କୁହେ ପାଗଳା ବାଉଳା 

କିନ୍ତୁ ତୋ ପରି ହୃଦୟ 

କେଉଁ ଭଲ ମସ୍ତିଷ ଲୋ ର ଅଛି ।


ମୋ ବୋଉ

ମୋ ସୁନା ବୋଉ କହି

ବୋଉର ପଣତ 

ଭିତରେ ମୁହଁ ଗୁଂଜୁଥିଲା

ବାଉଳା ପାଗଳା

ମାନସିକ ଅନଗ୍ରସର ଭେଣ୍ଡିଆ ପୁଅ

ଲୁହ ପିଉଥିଲା

ବୋଉର ଓଠ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy