Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karuna kara Ghantual

Tragedy

4  

Karuna kara Ghantual

Tragedy

ବାତ୍ୟା

ବାତ୍ୟା

1 min
208


ଅଣଚାଷ ମୂର୍ତ୍ତି ପବନ ଯେବେ ମାଡ଼ି ଆସଇ

ତାହାସଙ୍ଗେ ବର୍ଷା ମିଶିଲେ ବାତ୍ୟା ରୂପ ନିଆଇ |


ଉଜାଡଇ ଧନ ଜୀବନ ଭୟଙ୍କର ରୁପ ରେ 

କଥା ଚାଲ ଘର ଭାଙ୍ଗିଇ ଗଛ ବୃକ୍ଷ ପତରେ |


କଳା ମିଶି ମିଶି ରୁପକୁ ସୁଉ ସୁଉ ଗର୍ଜନ

 ଜମି ହୁଡ଼ାରେ ଥିଲେ କୃଷକ ଗୃହେ କରେ ଗମନ।


ଆକାଶେ ବିଜୁଳି ମାରଇ ଘଡ ଘଡି ଶବଦେ

ମନ୍ଦ ଭାଗ୍ୟ ପ୍ରାଣୀ ମରଇ ବିଜୁଲୀ ର ପ୍ରଭାବେ |


କେତେ ଗାଈ ଗୋରୁ ମରନ୍ତି ତାର ହିସାବ ନାହିଁ

ବୃକ୍ଷୁ ପକ୍ଷୀ ବସା ଭାଙ୍ଗଇ କିଛି ମରନ୍ତି ଶୋଇ |


ବାତ୍ୟାର ପ୍ରଭାବେ ଚାଷୀର ଧନ ଜଣ ଉଜୁଡେ

ଅକର୍ମା ଜୀବନେ ଯେସନେ ଆସି ଚଡକ ପଡେ |


ବଡ ବୃକ୍ଷ ମାନେ ଭାଙ୍ଗନ୍ତି ରାସ୍ତା ଉପରେ ପଡି 

ପଥ ଅବରୋଧ ହୁଅଇ ଳୋକେ ଛାଡ଼ନ୍ତି ରଡି |


ପ୍ରକୃତି ତାଣ୍ଡବ ରଚଇ ଆଜି ବୃକ୍ଷ ଵିହୁନେ 

ଜାଣିନ ପାରୋଇ ମାନବ ହେଲା କେଉଁ କାରଣେ|


ସଚେତନ ହେବା ଏବେଠୁ ବୃକ୍ଷ ଦେବା ଲଗାଇ

ଏହାରି ପ୍ରଭାବେ ବାତ୍ୟାଟା ଧିରେ ଯିବ ଉଭେଇ |


ବାତ୍ୟାକୁ ରୋକିବା ଉପାୟ ମାତ୍ର ବୃକ୍ଷ ରୋପଣେ

ବୃକ୍ଷ ତରୁ ଲତା ଶୋଷିବେ ତାପ ପତ୍ର ଗ୍ରହଣେ |

            


Rate this content
Log in

Similar oriya poem from Tragedy