STORYMIRROR

Parbati Pradhan

Abstract Others

3  

Parbati Pradhan

Abstract Others

ବାତ୍ୟା

ବାତ୍ୟା

1 min
264

ସମ୍ଭାବ୍ୟ ବାତ୍ୟାର ରୂପରେଖ କ'ଣ

ଆଶଙ୍କାରେ ମନପ୍ରାଣ

ବିଭୀଷିକା ଛବିଦେଖିଛି ଏ ଆଖି

ଅନେକ ବାତ୍ୟାର ରୂପ ll


ବଙ୍ଗୋପସାଗର ଅଶାନ୍ତ ହେଉଛି

ବାତ୍ୟା ତାର ଫଣା ମେଲିଛି

ଉଗ୍ରରୂପ ଧାରଣ କରି

ସ୍ଥଳଭାଗ ଆଡେ ଆଗେଇ ଆସୁଛିll


ଜୁଆର ସହିତ କମ୍ପନ କରି

ଉପକୂଳଭୂଇଁ ଛୁଇଁଛି 

 

ପବନ ତାହାର ତାଣ୍ଡବ ରଚି

ଦ୍ରୁତ ଗତିରେ ମାଡି ଆସୁଛି

ଗଛପତ୍ର ସବୁ ଭୂଇଁରେ ଲୋଟାଉଛି 

କାଳରୂପ ଧରି ବରଷା ଘୋଟାଇଛି

 ସ୍ଥାନେସ୍ଥାନେ ପୁଣି ବାରିଧାରା ହୋଇ

 ବନ୍ୟାର ରୂପ ଧରିଛି

 କେଉଁଦିଗୁ ତୁମେ ପ୍ରବେଶ ହୋଇବ

 ମନେମନେ ଭଳିହେଉଛି ll


ମହାବାତ୍ୟା, ହୁଡୁହୁଡୁ, ତିତିଲି ଫିଇଲିନି ଫନୀ

ଭଳି ଅନେକ ବାତ୍ୟା

ଅଙ୍ଗେ ଯେମିତି ନିଭାଇଛି

ୟାସ ବାତ୍ୟାକୁ ସେଇଭଳି ଆକଳନ କରୁଛି ll


ପାଣିପାଗ କେନ୍ଦ୍ର ସୂଚନା ଦେଉଛି

ବାତ୍ୟାରୂପ ବଢିଚାଲୁଛି

ଗଣମାଧ୍ୟମରେ ପ୍ରଚାର ପ୍ରସାର

ଜନମନ ଜଗି ଉଠିଛି

କେତେ ତା ପ୍ରକୋପ କେତେ ତାର ବେଗ

ସାବୁ ସେ ସୂଚାଇ ଦେଉଛି ll


ଏଣେ ଆର୍ମିଡ଼ ପୋଲିସ, ଓଡ୍ରାପ, ସ୍କାଉଟଗାଇଡି 

ଯୁବଗୋଷ୍ଠୀ ସମତେ ଜିଲ୍ଲାପ୍ରଶାସନ

ପ୍ରସ୍ତୁତ ହୋଇରହିଛନ୍ତି ll

ପ୍ରାଥମିକ ଚିକିତ୍ସା ସହିତ ପାନୀୟଜଳ,

ଖାଦ୍ୟ,ବସ୍ତ୍ର ଯୋଗାଇ ଦେଉଛନ୍ତି ll


କାଚଘର ସବୁ ମୁଣ୍ଡ ନୋଇଁଛନ୍ତି

ଅସ୍ତିତ୍ବ ଯାଇଛି ମିଳାଇ

ପକ୍କାଘର ସବୁ ମୁଣ୍ଡ ଟେକିଛନ୍ତି

ଅଣ୍ଟାରେ ଗାମୁଛା ଭିଡି

ଜନଗହଳିରେ ସଜାଇ ହୋଇଛି

ବାତ୍ୟା ଆଶ୍ରୟ ସ୍ଥଳୀ ll


ବାତ୍ୟାର ତାଣ୍ଡବାରୂପି

କ୍ଷୟକ୍ଷିତିକୁ ଦେଖି

କୃଷକ ମନ ଅଧୀର ହୋଇଉଠୁଛି

କିଦେଇ ପୂରିବି କି ଦେଇ ଭରିବି

ପ୍ରକୃତିର ସେହି ସ୍ମୃତି ll


ଖଟିଖିଆ,ଦିନମଜୁରିଆ ମନେମନେ   

ଭଳିହେଉଛି,

କେବେ ବାତ୍ୟା ଥମିବା

ଭାଙ୍ଗଘରକୁ ସଜାଡ଼ିଦେବି କୁଟୁମ୍ବ ଆଶ୍ରୟ ନେବ


ଉତ୍କଳ ଭାରତ କରେ ବାତ୍ୟାର ତାଡନ

ପ୍ରତି ମସା ବରଷ

ଏହା ଦେଖି ପ୍ରତିଦିନ ନିୟତି ହସେ ll


ଉତ୍କଳ ପ୍ରଦେଶ ଜଗନ୍ନାଥ ଦେଶ

ଆମେ ସବୁ ଛାର ମଣିଷ

ଦୈବୀ ଦୁର୍ବିପାକ ଟଳିଦେବେ ସବୁ

ସାଜି ଆମର ରକ୍ଷକ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract