Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ବାତ୍ୟା ଆସୁଛି ମାଡ଼ି

ବାତ୍ୟା ଆସୁଛି ମାଡ଼ି

1 min
242


ଆସୁଥିଲା ବାତ୍ୟା ଦିନେ ତ ମାଡ଼ି

ଘଣ୍ଟାକୁ ଘଣ୍ଟା ତ   ରେଡ଼ିଓ ରଡ଼ି 

    ବାତ୍ୟାର ସୂଚନା ଦେଇ

ଅନ୍ୟାନ୍ୟ ସମ୍ବାଦ ସେହୁ ପଢୁଥିଲେ

    ସେଥିରେ ମନ କା ନାହିଁ ।


ଗାଆଁରେ ନ ଥାଏ ବିଜୁଳି ସେବା

ପଙ୍ଖା ତଳେ କିଏ ଶୋଉଛି ଅବା

    ଦେଖିବା ସାତ ସପନ

ମାଧିଆ ବୁଢ଼ାଟି   ସହରକୁ ଯିବ

     ଆଜି ବଳାଇଛି ମନ ।


ସାଇକଲ ଧରି ଗଲା ବାହାରି

ପୁଅଟି ସହରେ କରେ ଚାକିରି

    ପହଞ୍ଚିଲା ସେଠି ଯାଇ

ଗଣ୍ଡେ ଭଲ କରି ଭୋଜନଟି ସାରି

   ଖଟପରେ ଗଲା ଶୋଇ ।


ନିଦେ ଶୋଇ ବୁଢ଼ା ଘୁଙ୍ଗୁଡ଼ି ମାରେ

ଦେଖି ପୁଅ ବୋହୂ  ମନ ଶାନ୍ତିରେ

    ପଙ୍ଖାକୁ ଦେଲେ ଘୁରେଇ

ବାହାର ପଟରୁ   କବାଟଟି କିଳି

    ରାତିରେ ଶୋଇଲେ ଯାଇ ।


କିଛି କ୍ଷଣେ ନିଦ ଭାଙ୍ଗେ ବୁଢ଼ାର

ସୁଉସୁ ଗର୍ଜନ    ହୁଏ ପଙ୍ଖାର

    ପବନ ବି ଅଣଚାଶ

ବିକଳରେ ବୁଢ଼ା ପ୍ରଭୁଙ୍କୁ ଡାକଇ 

    ସାହା ହୁଅ ପୀତବାସ ।


ଘର ଭିତରକୁ   ଏତେ ପବନ

ବାହାରେ ନ ଥିବ କାହା ଜୀବନ

    ବାତ୍ୟାଟି ସାରିଲା ସବୁ

ଭେଁଏ ଭେଁଏ ହୋଇ ସେହୁ କାନ୍ଦୁଥାଇ

    ଘର କଥା ଭାବୁ ଭାବୁ ।


କାନ୍ଦ ଶୁଣି ପୁଅ ବୋହୂ ଉଠିଲେ

କବାଟ ଖୋଲି କି ସବୁ ବୁଝିଲେ

    କହିଲେ ବାତ୍ୟାତ ନାହିଁ

ପଙ୍ଖାଟା ବୁଲୁଛି ପବନ ହେଉଛି

    ଛନିଆଁ ହେଉଛ କାହିଁ ।


ବୁଝି ଗଲା ବୁଢ଼ା  ମନକୁ ମନ

ମିଛେ ହେଲି ମୁହଁ କି ହଇରାଣ

  ବୋକାଠୁଁ ଅଟେ ମୁଁ ବୋକା

ଗାଆଁ ମାଟି ପାଣି ପବନ ମୋ ପାଇଁ

    ଦେବନି ଏମିତି ଧୋକା ।


Rate this content
Log in

Similar oriya poem from Inspirational