STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବାତାୟନୀ

ବାତାୟନୀ

1 min
398


ନାରୀ ମାଟିହାଣ୍ଡି କଳସୀ ନୁହଁ

କି ଗୋଇଠା ମାରିବ ଭାଙ୍ଗିବ

କି ବଦଳେଇ ଦେବ 

ଫସଲ ଅମଳ ପରେ ପରେ

ନୂଆ କିଣି ଆଣିବ  

ନାରୀ ପରା ତ୍ୟାଗରେ ମହନୀୟା 

ସେବାରେ ବନ୍ଦନୀୟା 

ମାଠିଆର ସୁଶୀତଳ ଜଳ 

ତୁଷାର୍ତ୍ତ ପୁରୁଷ ପାଇଁ ପୂଜନୀୟା ।


ନାରୀ ବିଡି ସିଗାରେଟ୍ ନୁହଁ

କି ଦୁଇ ଅଙ୍ଗୁଳି ମଧ୍ୟରେ ଫସେଇ ଦେବ

କି ତର୍ଜନୀ ଅନାମିକା ମଧ୍ୟରେ ଦବେଇ ଦେବ

କି ଦୁଇ ଓଠରେ ଛୁଇଁ ଦେଇ 

କେଇ ଥର ଶୁସି ଦେଇ ଟାଣି ଦେଇ

ଧୂଆଁ ଭଡେଇ ଦେବ

ଅଧାଜଳା ଅଧାଖଣ୍ଡିଆ ଫୋପାଡି ଦେବ

ଜୋତା ତଳେ ତିଳେ ତିଳେ ଦବେଇ ଦଳିଦେବ ।  


ନାରୀ ପରା ଜ୍ଞାନଦାୟିନୀ ପୁସ୍ତକ

ଲୁଚେଇ ପଢିବ ପ୍ରଜ୍ଞାବୋଧିନୀ

ଲୁଚିକରି ପଢିବ କୈମୁଦିପ୍ରଦାୟିନୀ

ଶୋଇ ଶୋଇ ପେଟେଇ ପଢିବ ମୁକ୍ତିପଥ ପ୍ରଣୟିନୀ

ଓଲଟେଇ ଚିହ୍ନଦେଇ ପଢିବ ବାତାୟନୀ

ସରିବନି ଯାଜ୍ଞସେନୀର ଅମ୍ବର

ଜୀବନର ଛତ୍ରେ ଛତ୍ରେ

ଅନନ୍ତ ଅସରନ୍ତି ଅମୃତ ସ୍ଵାକ୍ଷର ।


ନାରୀ ବି ଟାଇମ୍ ପାସ୍‌ ନୁହଁ

କି ଖାଲି ପୁରୁଷ ପାଇଁ ଖେଳନା ବାସନା

ଡିସ୍ପୋଜେବଲ ବି ନୁହଁ

ଡଷ୍ଟବିନ୍ ର ଅଳିଆଗଦା କେବେ ନୁହଁ

କି ବ୍ୟବହାର କର 

ପୁଣି ବିଶ୍ୱାସ କର

ପୁଣି ଫୋପାଡି ଦିଅ 

ନଷ୍ଟ ନୀଡ଼ର ଭୃଣହତ୍ୟା ବ୍ୟବସାୟ ମନା ।


ନାରୀ ନିଆଁ ଝୁଲ ନିଆଁଆଞ୍ଚ

ଶକ୍ତିର ଉତ୍ସକୂପ

ପ୍ରେରଣାର ସ୍ରୋତସ୍ୱୀନୀ

ସମ୍ମାନ ଦେଲେ

ସ୍ନେହ ପ୍ରେମ ବାଣ୍ଟିଲେ

ଜୀବନର କଣ କଣ ଅନୁକ୍ଷଣ

ଉତ୍ସର୍ଗ ଧରା ଧରଣୀ ଅବନୀ

ଘାଇଲା ହେଲେ

ଘର ଦ୍ଵାର କରିବ ସ୍ଵର୍ଗଦ୍ଵାର

ଅଗ୍ନିସ୍କୁଲିଙ୍ଗ ରେ ଧ୍ଵସଂସ୍ତୁପ

ପାଉଁଶ ଗଦାରେ ହିରୋସୀମା

ତାଣ୍ଡବ ବାହିନୀ ।।


Rate this content
Log in

Similar oriya poem from Inspirational