ବାସ୍ତୁହରା
ବାସ୍ତୁହରା
ଈଶ୍ବରଂକ ସୃଷ୍ଟି କେତେ ବୈଚିତ୍ର୍ୟରେ ଭରା
କାହିଁ ସୂର୍ଯ୍ୟ ଆସେନାହି କାହିଁ ଧୂଧୂ ଖରା
କିଏ ଖାଇ ପାରେ ନାହିଁ କାହା ପେଟ ମରା
କିଏ ଗଢେ ନଭଶ୍ଚୁମ୍ବି କିଏ ବାସ୍ତୁହରା ।
ସରକାରୀ ଯୋଜନାରେ ଆବାସ ବଣ୍ଟନ
ତଥାପି ସଫଳ ନୁହେଁ ବିକଳ ଜୀବନ ।
ଫୁଟପାଥ୍ ବସ ଷ୍ଟପ୍ ଫ୍ଲାଇ ଓଭର୍ ତଳେ
ରେଳ ଷ୍ଟେସନ୍ ଅଥବା ବଜାର ଘାଟରେ ।
ଖରାତାତି ବରଷା ଶୀତ ହେମ କାକର
ସମାନ ପରିସ୍ଥିତି ସତେ ନ ଥାଏ ଡର
ପେଡି ପୁଟୁଳା ହାତରେ ସେତିକି ସଂସାର
ଜୀବନର ମାଧୁର୍ଯ୍ୟ ତାଙ୍କ ପାଇଁ ଅସାର ।
ଜୀବନର ତିକ୍ତତାରେ ବେନାମ୍ ବାଦଶାହା
କେହି ଦିଏନାହିଁ ସାହା କରେ ନାହିଁ ଆହା ।
ରାତି ପାହେ କାଉ ପରି ଆଗ ପେଟ ଚିନ୍ତା
ପେଟ କେବେ ପୁରେନାହିଁ ତଳିପେଟ ତିନ୍ତା ।
ଜରା ରୋଗ ପରିସ୍ଥିତି ଆହୁରି ଜଟିଳ
ନା ମିଳେ ଔଷଧ ନା ମିଳେ ଥଳକୂଳ।
ହେ ଈଶ୍ବର ଏହି କି ଅମୃତର ସନ୍ତାନ
ଏଡେ ବଡ ଦୁନିଆଁ ନ ମିଳେ ଟିକିଏ ଥାନ
