STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ବାସ୍ତବତା

ବାସ୍ତବତା

1 min
315

    


କଲେଜ ପଢୁଆ  ନାତିକୁ ବସାଇ

     ପଚାରିଲି କିଛି ପ୍ରଶ୍ନ,

ଉତ୍ତରରେ ସିଏ  ଯାହା କହିଗଲା

     ମଣିଲି ନିଜକୁ ଧନ୍ୟ।


ସ୍ବାଧୀନ ଭାରତ  ପ୍ରଥମ ପ୍ରଧାନ

     ମନ୍ତ୍ରୀଙ୍କ ନାମଟି କଣ ?

ମହାତ୍ମାଗାନ୍ଧୀ ସେ  କହି ପୁଣି କହେ,

     "ସରି" ଜାକିର ହୁସେନ।


ଓଡ଼ିଆ ରେ ଆମ  କେତୋଟି ଅକ୍ଷର

     ପଚାରିଲି ଯେବେ ହସି,

"ଅ" ଠାରୁ ଆଙ୍ଗୁଳି  ରେଖା ଗଣି କହେ

     ସର୍ବ ମୋଟ ଅଠେଇଶି।


ନଅ ଗୁଣେ ନଅ  କେତେ ହେବ କହ

     ଶେଷ ପ୍ରଶ୍ନ ମୋ ଏଇଟି,

ଗୁଣୁଗୁଣୁ ହେଲା  ଗେହ୍ଲେଇ କହିଲା

     ଉତ୍ତର ୟାର ନାଇଣ୍ଟି।


କହିଲି ବାବୁରେ  କି ଉତ୍ତର ଦେଲୁ

     ଶୁଣି ଉଡିଯାଏ ହୋସ,

ଅଭିମାନ ଭରା  ସ୍ବରେ କହେ ନାତି

     କରନାହିଁ ପରିହାସ।


ତୁମରି ଢାଞ୍ଚାରେ  ଗଢିଲନି କିଆଁ

     କିବା ଥିଲା ମୋର ଦୋଷ ?

ପଛ କଥା ସବୁ  ସ୍ମୃତି ହୋଇଥାଉ

     ବାସ୍ତବ କୁ ଫେରିଆସ।


ନାତି କହିଥିବା  ଶେଷ ଚାରିଧାଡି

     ଛାତିରେ ଦିଏ ମୋ କଷ୍ଟ,

ପାଠ ପଢା ତା'ର  ମୁଁ ବୁଝିବି ବୋଲି

     କହିବାର ଥିଲା ସ୍ପଷ୍ଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational