STORYMIRROR

Pareshchandra Das

Tragedy

3  

Pareshchandra Das

Tragedy

ବାରଙ୍ଗନା

ବାରଙ୍ଗନା

1 min
331


ସାଉଁଟା ଫୁଲ ତୁ ମାଟିକୁ ଛୁଇଁଛୁ

ତୋତେ ତ ଦେବତା ମନା ।।

ରାତି ର ଅନ୍ଧାରେ କେତେ କିଏ ଆସେ

ବୁଝାଏ ତା କାମ ବାସନା ।।


ଆଲୋକରେ ନାହିଁ ତୋର ଆଦର ଲୋ

ସତେ ତୁ କେଡ଼େ ଅସନା।

ଦିବାଲୋକେ ପାଉ ନିନ୍ଦା ଅପବାଦ

କରକେ କେତେ ଭତ୍ସନା ।।


ଚିକିଟା ଅନ୍ଧାରେ ଗଙ୍ଗଶିଉଳି ତୁ

ମହକେ ହରୁ ତୁ କ୍ଳାନ୍ତି ।

ନରମ ପରଶେ ଭରି ଦେଉ ତୁହି

ବିଷାଦ ଜୀବନେ ତୁପ୍ତି ।।


ନିଜ ଜୀବନ କୁ ତିଳ ତିଳ ଜାଳି

ସାଜିଛୁ ତୁ ବାରଙ୍ଗନା ।

ସୁଖ ତୁ ବାଣ୍ଟୁଛୁ ଅର୍ପି ନିଜ ସୁଖ

ବୁଝେନା କେ ତୋ ଯାତନା ।।


କୋଳେ ତୁ ଧରିଛୁ ତୋର ଭବିଷ୍ୟତ

ଖୋଜଇ ଜନ୍ମ ଠିକଣା ।

ହଜାଇ ଠିକଣା ନିତି ନିତି ମରେ

ସମାଜେ ନ ହୁଏ ଗଣା।।



ମାଂସ ହାଡ଼ ରକ୍ତ ବିନିମୟେ ତୋର

କିଣୁ ତୁ ଦୁଃଖ ଯାତନା ।

ପେଟର ଭୋକ ତ କାଙ୍ଗାଳ କରିଛି

ମନ ର ଭୋକ କୁ ମନା ।।


ପେଟ ବିକଳେ କି ପରିସ୍ଥିତି ଦାସୀ

ବୁଝେକି କହ ସଂସାର ।

ସିନ୍ଦୁର ବଦଳେ କଲଙ୍କର ଟୀକା

ଲଲାଟେ ଶୋଭଇ ତୋର।।


ସାଉଁଟା ଫୁଲ ତୁ ମାଟିକୁ ଛୁଇଁଛୁ

ତୋତେ ତ ଦେବତା ମନା।

ରାତିର ଅନ୍ଧାରେ କେତେ କିଏ ଆସେ

ବୁଝାଏ ତା କାମ ବାସନା ।।

ପରେଶ ଚନ୍ଦ୍ର ଦାସ,ଗୋପାଳପୁର,ଭୋଗରାଇ,ବାଲେଶ୍ୱର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy