STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବାରମାସେ ତେର ଯାତ

ବାରମାସେ ତେର ଯାତ

1 min
459

ଜଗତର ନାଥ କାଳିଆ ସାଆନ୍ତ

ଓଡ଼ିଆ ଘରର ପୁଅ

ବାରମାସେ ତେର ପରବ ପାଳଇ

ତାପରି ଆଉକେ କୁହ।

ଓଡ଼ିଆ ଘରର ସଂସ୍କୃତି ସମ୍ଭାର

ଜଗତରେ ପଡେ ହୁରି

ମୋ ଘର କାହୁଁବା ପଛରେ ରହିବ

ଆନନ୍ଦ ଏସବୁ କରି।

ମନେପଡେ ଆଜି ଦୀପାବଳି ସ୍ମୃତି

ଅଗଣା ଆଲୋକେ ଭରା

ସଳିତା ନିଜକୁ ତିଳ ତିଳ ଜାଳି

ପର ସୁଖେ ଆତ୍ମହରା।

ଅର୍ଦ୍ଧାଙ୍ଗିନୀ ମୋର ଆନନ୍ଦ ଅଧିର

ଦୀପ ଦେଉଥିଲା ଜାଳି

ତୈଳର ଛିଟିକା ନୟନେ ପଡ଼ିଲା

ମନେ ହେଲା କେତେ ଭାଳି।

ମନ ନ ମାନିଲା ହୃଦତାପ ହେଲା

ସେନେହ ପ୍ରଲେପ ବୋଳି

ବୁଝାସୁଝା କରି ପାଖରେ ରଖିଲି

ହରିରାମ ଜପା ମାଳି।

ତହିଁ ପରଦିନ ରୋଟାରୀ ଭବନ

ଆଖି ପାଇଁ ଭଲ ସ୍ଥାନ

ବାଇକରେ ଯାଇ ଡାକ୍ତର ଦେଖାଇ

ସନ୍ତୋଷ କରିଲୁ ମନ।

ନୟନ ପରୀକ୍ଷା ନିଜର ସୁରକ୍ଷା

ମୃତ୍ୟୁଲୋକେ ମହାଧନ

ସ୍ୱାସ୍ଥ୍ୟର ଯତନ କରୁଥିବୁ ଧନ

ଜାଣିରଖ ମହାଜ୍ଞାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract