STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ବାରାଙ୍ଗନା

ବାରାଙ୍ଗନା

1 min
248

ରୂପର ସହରେ ଦେହ ସୁଖ ପାଇଁ 

  ଏ ନାରୀ ସାଜେ ବାରାଙ୍ଗନା 

ରାତିର ଅନ୍ଧାରେ ପେଟ ଭୋକ ପାଇଁ 

   କେବେ ସାଜେ ସିଏ ଖେଳନା

ଏ ସଭ୍ୟ ସମାଜେ ଘୃଣିତ ସେ ନାରୀ 

   ମନ ତାଙ୍କ ଭଙ୍ଗା ଆଇନା 

କେବେ ସେ ମୋନିକା କେବେ ସେ ମଲିକା

ଆଉ ସେଇ କଥା କୁହନା

ଅସହାୟ ସିଏ ଅବଳା ନାରୀଟେ 

  ଘୃଣା ତାଙ୍କୁ ଜମା କରନା 

ଆହେ ସରକାର ହୋଇଣ ସଦୟ 

   ଲାଗୁକର କିଛି ଯୋଜନା

ସତର୍କ ହୁଅ ହେ କାମାନ୍ଧ ମଣିଷ 

  ତ୍ୟାଗ କରି ତୁମ କାମନା 

ନହେଲେ ତ ତୁମେ ପରେ ପସ୍ତେଇବ

  ଯେବେ ଲାଗିବ ଜରିମାନା

ଏକତ୍ର ହୋଇଣ ଜାଗି ଉଠ ସର୍ବେ 

  ବଦଳାଇ ନିଜ ଭାବନା 

ତା ହେଲେ ହୁଏ ତ ବଦଳିବ ଚିତ୍ର 

   ରହିବେନି କେହି ବାରାଙ୍ଗନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract