ବାର ମାସ କଥା ମନେ ରଖିଥା
ବାର ମାସ କଥା ମନେ ରଖିଥା


ବଇଷାଖ ମାସେ ଟାଣୁଆ ଖରା
ଶୁଖିଯାଏ ନଈ ନାଳର ଧାରା ||
ସୂରୁଜ କିରଣ ତାତି ଉଠଇ
ଅଂଶୁଘାତ କେତେ ପ୍ରାଣ ନାଶଇ ||
ଜ୍ୟେଷ୍ଠ ମାସେ ଗୁଳୁଗୁଳି ଲାଗଇ
ଆମ ଜଗା ଅଣସରେ ରହଇ ||
ଏହି ମାସ ଶେଷେ ରଜ ପରବ
ପାଚିଥାଏ ସବୁ ପଣଷ ଆମ୍ବ ||
ଆଷାଢ, ଶ୍ରାବଣେ ବରଷା ଧାରା
ସବୁଜିମା ଭରି ହସଇ ଧରା ||
କୃଷକର ମନ ଆନନ୍ଦ ଥାଏ
କ୍ଷେତ ବାଡ଼ି କାମେ ମନ ଲଗାଏ ||
ଭାଦ୍ର ଆଶ୍ୱିନରେ ଶୋଭା ପସରା
ମାଆ
ଅବତରି ଆସନ୍ତି ଧରା ||
ଧରମ ମାସ ଯେ କାର୍ତ୍ତିକ ମାସ
ହବିଷ କରନ୍ତି ନାରୀ ପୁରୁଷ ||
ମାର୍ଗଶିରେ ଲକ୍ଷ୍ମୀ ପୂଜା ପାଆନ୍ତି
ଘରେ ଘରେ ଝୋଟି ଚିତା ପକାନ୍ତି ||
ପୌଷ ମାଘେ ଶୀତ ହୁଅଇ ନିତି
କାଲୁଆ ପବନେ ଥରଇ ଛାତି ||
ଫାଲ୍ଗୁନ ଚୈତ୍ର ଆସିଲେ ଧରା
ମଳୟ ପବନ ବହଇ ପରା ||
ବାରମାସେ ତେରେ ପରବ ଛୁଟେ
ଆମ ପରମ୍ପରା ମହାନ ଅଟେ ||