STORYMIRROR

Niranjan Mishra

Abstract Inspirational

4  

Niranjan Mishra

Abstract Inspirational

ବାପୁ ତୁମେ ଫେରି ଆସ

ବାପୁ ତୁମେ ଫେରି ଆସ

1 min
351


ଦୁନିଆରେ ତୁମେ ପୂଜ୍ୟ ବାପୁ ହେ

ଭାରତ ମାତାର ପୁଅ ।

ଅହିଂସା ମନ୍ତ୍ରର ଦୀକ୍ଷା ଦେଇଛ

ଧନ୍ୟ ତୁମେ ଭାରତୀୟ ।୧।

ତୁମରି ମନ୍ତ୍ରେ ଦୀକ୍ଷିତ ହୋଇ

ଭାରତ ହେଲା ସ୍ବାଧୀନ ।

ଫିରିଙ୍ଗି ହଟିଲେ ଏ ଦେଶରୁ

ଆମେ ଦେଖିଲୁ ନୂଆ ସପନ ।୨।

ରାମ ରାଇଜର ସପନ ତୁମର

କୁଆଡେ ଯାଇଛି ଚାଲି ।

ଭ୍ରଷ୍ଟାଚାରରେ ପୂରି ଯାଇଅଛି

ଏ ଦେଶ ଦେଖୁଛି ଖାଲି ।୩।

ସତ୍ୟ ନ୍ୟାୟର ଅବଜ୍ଞା ହେଉଛି

ଅଧର୍ମ ଗଲାଣି ପୂରି ।

ତ୍ରାହି ତ୍ରାହି ଡାକ ଦିଅନ୍ତି ଜନତା

ଧର୍ଷିତା ହୁଅନ୍ତି ନାରୀ ।୪।

ହୁଣ୍ଡା ଗୁଣ୍ଡାଗିରି ମଦ ମାଂସର

ଆସରା ଯାଇଛି ଭରି ।

ହତ୍ୟା ଧମକ ଡକାୟତି ସହ

ଚାଲିଅଛି ଜୁଆ ଚୋରି ।୫।

କାହାକୁ କହିବ କିଏ ବା ଶୁଣିବ

ରକ୍ଷକ ଭକ୍ଷକ ହୁଏ ।

ଅଗ୍ରଣୀ ସାଜି ଏ ପାଜିଙ୍କ ଗୋଳ

ରୋକିବାକୁ ଅଛି କିଏ ?୬।

କୁଟି ଖାଅ କାଟି ପିନ୍ଧ ସ୍ୱଦେଶୀ

ଆନ୍ଦୋଳନର ବାଣୀ ।

କୋଟି ଜନତାର ହୃଦକୁ ଛୁଇଁଲା

ପାରିଲା ସଭିଙ୍କୁ ଜିଣି ।୭।

ହେ ମହାନୁଭବ ମୋହନ ତୁମର

ତିନି ମାଙ୍କଡଙ୍କ ଗାଥା ।

ଆସ୍ଥା ସତ୍ଯ ଅହିଂସା ଆଣିଲା

ଏ ଦେଶର ସ୍ୱାଧୀନତା ।୮।

ମନେପଡ ଆଜି ହେ ଜାତିର ପିତା

ଯେ ଡାକରା ଥିଲ ଦେଇ ।

ଏକ ହୋଇଥିଲେ ସବୁ ଦେଶବାସୀ

ଦେଶ ସ୍ଵାଧୀନତା ପାଇଁ ।୯।

ତୁମରି ସପନ ପୂରଣ ହୋଇବ

ରାମ ରାଜ୍ୟ ହେବ ଦେଶ ।

ଏତିକି ବିନତି ଶୁଣିବ ଆମର

ବାପୁ ତୁମେ ଫେରି ଆସ ।୧୦।



Rate this content
Log in

Similar oriya poem from Abstract