STORYMIRROR

Arendra Kumar

Comedy

4  

Arendra Kumar

Comedy

ବାପାଟେ ହେବୁତୁ ଯେବେ

ବାପାଟେ ହେବୁତୁ ଯେବେ

1 min
342

ବାପା କହୁଛି ମୁଁ      ପାଠ ପଢ଼େଇବି

       ପୁଅକୁ ଗ୍ରାଜୁଏସନ

ପୁଅ କହୁଛି ମୁଁ      ଯାଏ-ଯେ କଲେଜ

     ମୋପାଇଁ ସେ କୁଞ୍ଜବନ ।


ନିଇତି ପକାଏ      ପ୍ରେମର ବନିଶୀ

      ଧରିବି ପୀରତି ମୀନ

ନିତି ନୂଆନୂଆ      ପ୍ରେମିକାଙ୍କୁ ନେଇ

      ଦେଖୁଛି କେତେ ସପନ ।


କାହାକୁ ନଉଛି      ସିନେମା ଦେଖେଇ

       କାହାକୁ ନଉଚି ଲଜ

ଏମିତି କୁକର୍ମ       କରିବା ପାଇଁକି

       ଲଗୁନାହିଁ ତାକୁ ଲାଜ ।


ପାଠପଢ଼ା ନାମେ     ମତିଛି ସେ ପ୍ରେମେ

       କଲେଜ ଯିବାଟା ତୁଚ୍ଛ

ଅକାରଣେ ଖାଲି      ବାପା ପକେଟରୁ

       ପଇସା ହଉଚି ଖର୍ଚ୍ଚ ।


ବାପା ସପନକୁ       ବଳୀ ପକେଇକି

       ଯାହା ତୁ କରୁଚୁ ଏବେ

ଭୁଲ୍ କରୁବୋଲି       ଆପେ ବୁଝିଯିବୁ

      ବାପାଟେ ହେବୁତୁ ଯେବେ ।


   


Rate this content
Log in

Similar oriya poem from Comedy