STORYMIRROR

Manaswini Dash

Inspirational

3  

Manaswini Dash

Inspirational

ବାପା

ବାପା

1 min
209

ଆଶ୍ୱାସନାର ସୁନ୍ଦର ସ୍ୱର ଟିଏ 

ମୋ ଦୁର୍ଦଶା ସମୟରେ ଚିରସହଚର ପରି ଥାଏ 

ତମସା ମଧ୍ୟେ ବି ବାଟ ଦେଖାଏ  

ଫେରାଇ ଆଣେ ସବୁ ତୁଟା ସ୍ୱପ୍ନକୁ ଏକାଠି କରି 

ଟାଣି ଟାଣି ତାର କୋମଳ ସ୍ପର୍ଶରେ 

ଆଉ ବୁଝାଇ ଦିଏ ବିଫଳତା ପରେ ସଫଳତା ଆସେ 

ମୋ ସଫଳତା ଇତିହାସର ଏକ ଅନ୍ତରଙ୍ଗ ସ୍ଵାକ୍ଷର 

ସିଏ ହେଉଛି ମୋ ବାପାଙ୍କର ସ୍ୱର ||

ସବୁ ଆଶଙ୍କା ଭିତରେ ତାଙ୍କର ହସ୍ତ ହିଁ 

ମୋ ନିରିହ ପ୍ରାଣରେ ଏକ ଦୃଢ଼ ଆତ୍ମବିଶ୍ୱାସ 

ସବୁ ନିରାଶା ଭିତରେ ଆଶାର କୁନିତାରା ସେ 

ତାଙ୍କ ଉଠରେ ଏକ ଆତ୍ମତୃପ୍ତିର ହସ ହିଁ 

ମୋ ଶୈଶବର ଅପୂର୍ଣ୍ଣ ଅଭିଳାଷ 

ବିଫଳତାର ଚନ୍ଦ୍ରଭାଗା ତୀରେ ତଥାପି ଦେଖିଛି 

ତାଙ୍କ ହସର କୋଣାର୍କ ମନ୍ଦିର 

ମୋ ସଫଳତାର କାରୁକାର୍ଯ୍ୟ ଦେଇ ଦେବି ତାକୁ ବାସ୍ତବ ସ୍ପର୍ଶ 

ସେଇ ହସ ହିଁ ତ ମୋ ଜୀବନର ବାସ୍ତବ ମୂଲ୍ୟବୋଧ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational