ବାପା
ବାପା
ଘରକୁ କରନ୍ତି ଯିଏ ବୈକୁଣ୍ଠ ସମାନ
ବଢାଇ ନୀତି ଆଦର୍ଶ ଶୃଙ୍ଖଳା ସମ୍ମାନ ।
ଭବିଷ୍ୟତ ଗଢିବାକୁ ଆପ୍ରାଣ ଉଦ୍ୟମ
ସନ୍ତାନେ ଦକ୍ଷ କରିବାକୁ ନିଜ ପରିଶ୍ରମ ।
ବେଳେ ଅବେଳେ ଲୁଚାଇ ଛାତି ତଳ ଦୁଃଖ
ଉପରକୁ ଦେଖାନ୍ତି ସେ କଠୋର ଓ ରୁକ୍ଷ ।
ମାଆ ପରି କାନ୍ଦିବାକୁ ନଥାଏ ଅଶ୍ରୁ
ମଣିଷପଣିଆ ଭରିବାକୁ ଯୁବକେ ଓ ଶିଶୁ ।
ଆଦର୍ଶ ପଥେ ଯିବାକୁ ଉପଦେଶ ଦିଅନ୍ତି
ଜୀବନ୍ତ ଠାକୁର ସିଏ ସତ୍ୟ ପାଳନ୍ତି ।
ଅନନ୍ତ ଗଗନ ପରି ବିଶାଳ ହୃଦୟ
ସାଗର ର ଗଭୀରତା ଅମାପ ସେନେହ ।
ସଂତାନେ ଦେବାକୁ ନବ ପରିଚୟ
କେବେ କରନ୍ତି ନାହିଁ ଅପବେୟ ଅପଚୟ ।
ଯେତେ ପଚାରିଲେ ବାପା କି ଦରକାର
ସବୁ ଅଛି କିବା ଲୋଡ଼ା ଆଉ ମୋର ।
ନିଜେ ସାଜି ଆଦର୍ଶ କଷ୍ଟ ପାଆନ୍ତି ଯେତେ
ଉପରକୁ ରୁକ୍ଷ ଭିତରେ କୋମଳ ଅତ୍ୟନ୍ତେ ।
ସବୁ ବୋଝ ନିଜ ମୁଣ୍ଡେ ବୋହି ଚାଲୁଥାଆନ୍ତି
ତାଙ୍କ ଅନ୍ତେ ପିଲାମାନେ ସେକଥା ବୁଝନ୍ତି ।
ସ୍ବପ୍ନ ସବୁ ସନ୍ତାନ ଠାରେ କରିବାକୁ ସତ
ଅହରହ ପରିଶ୍ରମ କରୁଥାନ୍ତି ନିତ୍ୟ ।
ମାଆ ଭଳି ଶାସ୍ତି ଦେଇ କୋଳେ ଭିଡ଼ିନେଇ
ଆଦର କରିନପାରି ହୃଦେ ଜଳୁଥାଏ ଜୁଇ ।
ଭିତରେ ବରଫ ପରି ହୃଦୟ ତରଳ
ଉପରକୁ କଠୋର ସିନା ଭିତରେ କୋମଳ ।
ବାପା ଙ୍କର ପାଦ ଦୁଇ ବାଇଶି ପାହାଚ
ହୃଦୟ ଓ ମନ ତାଙ୍କ ଅତ୍ୟନ୍ତ ସ୍ୱଚ୍ଛ ।
ସେ ପଦ ଜୁଗଳ ରେ ନମସ୍ତେ ନମସ୍ତେ
ଜୀବନ କାଳ ମଧ୍ୟେ ଚିହ୍ନି ନିଅ ସମେସ୍ତେ l।