Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Inspirational

3  

Kanduri Charan Rout

Inspirational

ବାପା

ବାପା

1 min
6.9K


ତା'ଙ୍କ ବିଶାଳତା ପାଖରେ

ହାର୍ ମାନିଯାଏ

ଆକାଶର ବ୍ୟାପ୍ତି

ଅନନ୍ତ ମହାସାଗରର ଜଳ,

ତା'ଙ୍କ ତ୍ୟାଗର ସ୍ଥାପତ୍ୟ ଭିତରେ

ମୋର ଅଝଟ ପଣକୁ ସଜାଡିବାରେ

ଅମରତ୍ଵର ନିଆରା ସମ୍ଭାର ।

ସବୁ ଶୂନ୍ୟତାକୁ ହୃଦୟରେ ଚାପି

ଲହୁ ଲୁହ ଏକାକାର କରି

ସାଜିଥାନ୍ତି ଧୈର୍ଯ୍ୟର ପାହାଡ ।

ଧନ୍ୟ ସେଇ ବଟ ବୃକ୍ଷ

ଯାହାର ପ୍ରଶସ୍ତ ଛାଇରେ ଲୁଚିଯାଏ

ମମତାର ସୂର୍ଯ୍ୟ ।

ସଳିତାଟେ ପରି ଜଳି

ବାଣ୍ଟିଥାନ୍ତି ପ୍ରେମ ଓ ପ୍ରତ୍ୟୟ,

ଯାଚନାର କଳ୍ପ ବଟ ମୂଳେ

ବନ୍ଧା ସବୁ ପଥ ଓ ପାଥେୟ ।

ସଂସାରର ସବୁ ବ୍ୟଥା ବେଦନାକୁ

ବୋହି ବୋହି ଚାଲିଥାନ୍ତି

ସେ ଚଳନ୍ତି ଈଶ୍ଵର

ତାଙ୍କ ପଦେ କୋଟି ନମସ୍କାର ।

କଣ୍ଡୁରୀ ଚରଣ ରାଉତ

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍,

ଧଣ୍ଡାମାଳ,ଦେଓଗାଁ, ବଲାଙ୍ଗୀର

ମୋ.୯୯୩୭୯୮୨୮୪୬


Rate this content
Log in

Similar oriya poem from Inspirational