ବାପା
ବାପା
ଆକାଶଠୁ ବଳି ଯା'ହୃଦ ବିଶାଳ
ସାଗର ପରି ସ୍ଥିର ଗମ୍ଭୀର ବଳ ।
ସେହି ମୋର ବାପା ଜୀବନ୍ତ ଠାକୁର
ତାଙ୍କ ପାଦେ ମୋର କୋଟିଏ ଜୁହାର ।
ହାତ ଧରି ସିଏ ଶିଖାଇଲେ ଚାଲି
ବତେଇଲେ ଜ୍ଞାନ ଦିହୁଡ଼ିକୁ ଜାଳି ।
ନିଜେ ଜଳି ସିଏ ଆଲୋକ ଦେଖାନ୍ତି
ଭଦ୍ର ଶିଷ୍ଟାଚାର ଶୃଙ୍ଖଳା ଶିଖାନ୍ତି ।
କ୍ଷୁଧାରେ ଜଳିଣ ପୋଷଣ ଯୋଗାନ୍ତି
ନିଜେ କାନ୍ଦି ପରିବାରକୁ ହସାନ୍ତି ।
ପରାଜୟ ଗ୍ଳାନି ନଥାଏ ମୋ ମନେ
ବାପା ଥିଲେ ଶତ ସିଂହ ବଳ ଧ୍ୟାନେ ।
ଥାଆନ୍ତି ଯଦି ସିଏ ଆମରି ମେଳେ
ଭୟ ତ ରହେ ନାହିଁ ସଙ୍କଟ କାଳେ ।
ବାପା ମୋ ଗୀତା ଭାଗବତ ଈଶ୍ୱର
ବାପା ଅଟନ୍ତି ମୋର ବଡ଼ଠାକୁର ।
ବାପାଙ୍କ ହୃଦୟ ଦୟାର ସାଗର
ସ୍ନେହ ଶ୍ରଦ୍ଧା ପ୍ରେମ କ୍ଷମାର ଆଧାର ।
ବାପା ସ୍ଥାନ ଦେବତାଠୁ ହିଁ ଉଚ୍ଚରେ
ତାଙ୍କୁ କେହି ତୀର ଇ ନାହିଁ ସଂସାରେ ।